ଓଡ଼ିଶାଲାଇଭ ବ୍ୟୁରୋ

କାଳିଆ ଅଯୋଗ୍ୟ ତାଲିକା ପ୍ରକାଶ ପରେ ଏବେ ବିଜେଡିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମଙ୍ଗଳବାର କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଅଯୋଗ୍ୟ ହିତାଧିକାରୀ ୩ଲକ୍ଷ ୪୧ ହଜାର କହିଥିବା ବେଳେ ଆଜି ବିଜେଡିର ମୁଖପାତ୍ର  ଏହାକୁ ଖଣ୍ଡନ କରି ଅଯୋଗ୍ୟ ହିତାଧିକାରୀ ୩୨ ହଜାର ବୋଲି କହିଛନ୍ତି।

ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, “୩ ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ନୁହନ୍ତି। କେବଳ ୩୨ ହଜାର ଅଯୋଗ୍ୟ ପ୍ରାର୍ଥୀ ଟଙ୍କା ପାଇଛନ୍ତି। ସେମାନେ ହେଲେ ବଡ଼ ଚାଷୀ ଓ ସରକାରୀ କର୍ମଚାରୀ। ବାକି ସବୁ ହିତାଧିକାରୀ ଯୋଗ୍ୟ।”

ତେବେ ମଙ୍ଗଳବାର କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ହେଇଥିଲେ ଯେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇଛନ୍ତି। ସେମାନଙ୍କ ମଧ୍ୟରେ ସରକାରୀ ଚାକିରିଆ ଓ ପେନସନଧାରୀ ମଧ୍ୟ ସାମିଲ ଅଛନ୍ତି।

Comment