ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ମାର୍ଶାଘାଇ ହାତୀଆ ଗାଁରେ ଏହି ଘଟଣା ଘଟିଛି।

ଔଷଧ ବ୍ୟବସାୟୀ ଜଣକ ମଣିକୁଣ୍ଡାରୁ ମେଡସିନ ଆଣି କେନ୍ଦ୍ରାପଡ଼ାକୁ ବାଇକରେ ଆସୁଥିଲେ। ସେତିକି ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ତା’ପରେ ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟବସାୟୀ ହେଉଛନ୍ତି ଗଗନ ସାହୁ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ନୂଆ ଘଟଣା ନୁହେଁ। ବାରମ୍ବାର ଏମିତି ଘଟଣା ଘଟି ଆସୁଛି।

LEAVE A REPLY

Please enter your comment!
Please enter your name here