ଓଡ଼ିଶାଲାଇଭ ବ୍ୟୁରୋ

ନଭେମ୍ଵର ମାସରୁ ଆରମ୍ଭ ହେବ ଧାନ ସଂଗ୍ରହ। ଏନେଇ ରାଜ୍ୟରେ ଚାଷୀ ନାଁ ପଞ୍ଜିକରଣ ଶେଷ ହୋଇଛି। ତେବେ ନଭେମ୍ଵର ୧ରୁ ଧାନ ସଂଗ୍ରହ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସୂଚନା ଦେଇଛନ୍ତି।

ଚଳିତ ଖରିଫ ଋତୁରେ ରାଜ୍ୟରେ ମୋଟ ୧୧ଲକ୍ଷ ୫୬ ହଜାର ୧୩୦ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଚଳିତ ମାସ ୨୨ରୁ ୨୯ ତାରିଖ ଯାଏଁ ସବୁ ଜିଲ୍ଲାରେ ଚାଷୀ ଅଭିଯୋଗ ଶୁଣାଣି ହେବ। ଶୁଣାଣିରେ ଚାଷୀ ସଂଗଠନ ଓ ଚାଷୀଙ୍କର ଅଭିଯୋଗ ସଂପର୍କିତ ସମସ୍ୟାର ସମାଧାନ ହେବ।

ତେବେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ନାଁ ପଞ୍ଜିକରଣ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିଲା। ତେବେ ଏହାର ସମୟ ସୀମା ଅଗଷ୍ଟ ୩୧ ତାରିଖ ରଖାଯାଇଥିଲା।

Comment