ଓଡ଼ିଶାଲାଇଭ ବ୍ୟୁରୋ

ଜେଲ ଗଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଚିଟ୍‌ଫଣ୍ଡ ମାମଲାରେ ଆଜି ତାଙ୍କୁ ସିବିଆଇ ସକାଳେ ଗିରଫ କରିଥିଲା। ଗିରଫ ହେବା ପରେ ସେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ହେଲେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଭୁବନେଶ୍ଵର ସିବିଆଇ କୋର୍ଟ।

ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କ ଜାମିନ ମଧ୍ୟ ଖାରଜ କରାଯାଇଛି। ତେବେ ଉଭୟ ଆଶୀର୍ବାଦ ଓ କମଳାକାନ୍ତ ଝାରପଡ଼ା ଜେଲ ଯିବେ। ବର୍ତ୍ତମାନ ସେ ବିଚାରବିଭାଗୀୟଙ୍କ ଅଧିନରେ ରହିବେ

ଆଶୀର୍ବାଦ ବେହେରାଙ୍କୁ ଚିଟ୍‌ଫଣ୍ଡ ମାମଲାରେ ପୂର୍ବରୁ ମଧ୍ୟ ଏକାଧିକ ଥର ଜେରା କରାଯାଇଛି। ହେଲେ ଆଜି ସକାଳୁ ସିବିଆଇ ତାଙ୍କୁ କଟକସ୍ଥିତ ବାସଭବନରୁ ଗିରଫ କରିଥିଲା। ଗିରଫ ହେବା ପରେ ସେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ତାଙ୍କ ସହ କମଳାକାନ୍ତ ମଧ୍ୟ ଜାମିନ ଆବେଦନ କରିଥିଲେ। ହେଲେ ଭୁବନେଶ୍ଵର ସିବିଆଇ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

କିଛି ଦିନ ତଳେ ସିବିଆଇ ପ୍ରାଥମିକ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଥିଲା। ଆଶୀର୍ବାଦଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନ୍ୟ ଦୁଇ ଜଣ ହେଲେ ହୋଟେଲ ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ଅନ୍ୟତମ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା।

Comment