ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵର ଏକ ନମ୍ଵର ଭାରତୀୟ ରେସଲର ବଜରଙ୍ଗ ପୁନିଆ(୬୫କେଜି) ଓ ରବି କୁମାର ଦହିୟା(୫୭କେଜି) ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ ପାଇ ସାରିଛନ୍ତି। ନୁର-ସୁଲତାନଠାରେ ଅନୁଷ୍ଠିତ ବିଶ୍ଵ କୁସ୍ତି ଚମ୍ପିୟାନସିପରେ କ୍ଵାଟର ଫାଇନାଲରେ ଜିତି ଏହି ଟିକେଟ ହାସଲ କରିଛନ୍ତି।

ତେବେ ସେମିଫାଇନାଲରେ ଏହି ଦୁଇଜଣ ପରାଜୟ ହୋଇଛନ୍ତି। ଶୁକ୍ରବାର ଦୁହେଁ ବ୍ରୋଞ୍ଜ ପଦକ ପାଇଁ ଲଢିବେ। ବଜରଙ୍ଗ କ୍ଵାଟର ଫାଇନାଲରେ କୋରିଆର ଜୋଙ୍ଗ ଚୋଲସୋନଙ୍କୁ ୮-୧ରେ ପରାସ୍ତ କରି ଅଲମ୍ପିକ୍ସରେ ସ୍ଥାନ ପକ୍କା କରିଥିଲେ।

ରବି ୫୭ କେଜି ସେମିଫାଇନାଲରେ ରୁଷର ଜୌର୍ ଉଗୁଏଭଙ୍କଠାରୁ ୪-୬ରେ ପରାସ୍ତ ହୋଇଥିବା ବେଳେ ବଜରଙ୍ଗ ୬୫ କେଜି ବର୍ଗର ଅନ୍ତିମ-୪ ମୁକାବିଲାରେ କଜାଖସ୍ତାନର ଦୌଲତ ନିୟାଜବେକୋଭଙ୍କଠାରୁ ହାରିଯାଇଛନ୍ତି।

Comment