ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ବେହେରା): ବିଜ୍ଞାନ ଯେତେ ଉନ୍ନତି କଲେ ବି ମଣିଷ ପିଛା ଛାଡ଼ୁନି ଅନ୍ଧିବଶ୍ୱାସ। କେଉଁଠି ନା କେଉଁଠି ମନରେ ଆଜି ବି ଘର କରି ରହିଛି ଅନ୍ଧିବଶ୍ୱାସ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜରେ। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ବଞ୍ଚେଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା ହୋଇଥିବା ଦେଖିବାକୁ ମିଳିଛି।

ବୁଧବାର ସନ୍ଧ୍ୟାରେ ମୟୂରଭଞ୍ଜ ଉଦଳା ଥାନା କାଠପାଳ ଗାଁର ଆରତୀ ମାଝୀଙ୍କୁ ସାପ କାମୁଡ଼ିଥିଲା। ଆରତୀ ତାଙ୍କ ବାଡ଼ିରୁ କୁଟା ଆଣିବା ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଏହାପରେ ସେ ତାଙ୍କ ପରିବାର ଲୋକଙ୍କୁ ଜଣେଇଥିଲେ। ତାଙ୍କ ପରିବାର ଲୋକ ପ୍ରଥମେ ଜଣେ ଗୁଣିଆକୁ ଡାକି ଝଡ଼ାଫୁଙ୍କା କରିଥିଲେ। ହେଲେ ଆରତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା।

ପରେ ତାଙ୍କୁ ମେଡିୋଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମେଡିକାଲରେ ଆରତୀଙ୍କର ମୃତ୍ୟୁ ଘଟିଥିଲା। ଆରତୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ପୁଣି ଗୁଣିଆର ସାହାଯ୍ୟ ନେଇଥିଲେ। ଗୁଣିଆ ସେହି ମେଡିକାଲରେ ହିଁ ଝଡ଼ାଫୁଙ୍କା କରିଥିଲେ।

Comment