ଓଡ଼ିଶାଲାଇଭ ବ୍ୟୁରୋ

ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଓ ସଚିବଙ୍କ ଦରମାରୁ କାଳିଆ ଟଙ୍କା ଆଦାୟ ହେଉ। ରାଜ୍ୟରେ ୩ଲକ୍ଷ ୪୧ ହଜାର ନୁହେଁ ବରଂ ୨୦ ଲକ୍ଷ ଲୋକ କାଳିଆ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ।

ପୃଥୀରାଜ ହରିଚନ୍ଦନ କହିଛନ୍ତି, “ବିଜେଡି ନେତାଙ୍କ ସୁପାରିଶରେ ତାଲିକା ପ୍ରସ୍ତୁତ ହୋଇଛି। କାଳିଆ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ସଠିକ ତଦନ୍ତ କରାଯାଉ। ନିରପେକ୍ଷ ସଂସ୍ଥା ଦ୍ଵାରା ତଦନ୍ତ କରାଯାଉ। ଯଦି ଚାଷୀଙ୍କୁ ଟଙ୍କା ଫେରାଇବାକୁ ଧମକ ଦିଆଯାଏ ବିଜେପି ଆନ୍ଦୋଳନକୁ ଓହ୍ଲାଇବ।”

ମଙ୍ଗଳବାର କୃଷିମନ୍ତ୍ରୀ କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଥିଲେ। ପ୍ରାୟ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଏହାସହ ସରକାରୀ ଚାକିରିଆ ଓ ପେନସନ ଭୋଗୀ ମଧ୍ୟ କାଳିଆ ଟଙ୍କା ପାଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ତେବେ ବୁଧବାର ବିଜେଡି ମୁଖପାତ୍ର ପ୍ରତାପ ଦେବ କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ଲକ୍ଷ ୪୧ ହଜାର ନୁହେଁ, ୩୨ ହଜାର ବୋଲି କହିଥିଲେ।

Comment