ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ୠତୁଚକ୍ର ସମୟରେ ଅଧିକାଂଶ ମହିଳାଙ୍କର ପେଟ ଓ ଗୋଡ଼ ହାତ ଯନ୍ତ୍ରଣା ହୋଇଥାଏ। ଏହି ସମୟରେ କିଛିଟା ଯୋଗାସନ ଶରୀର ପାଇଁ ବେଶ୍‌ ଲାଭଦାୟକ। ଯୋଗ ବ୍ୟାୟାମ ଅତ୍ୟଧିକ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବା ସହିତ ଅଣ୍ଟାବିନ୍ଧା, ପେଟବ୍ୟଥା, ମୁଣ୍ଡବିନ୍ଧା, ମାନସିକ ଚାପ ଅନୁଭବ ହେବା ଆଦି ମାସିକ ୠତୁଚକ୍ର ସମସ୍ୟାକୁ କିଛି ପରିମାଣରେ ନିୟନ୍ତ୍ରିତ କରିହୁଏ।

ଅର୍ଦ୍ଧ ମତ୍ସାସନ : ଏହି ଆସନ ମାସିକ ୠତୁସ୍ରାବ ସମୟରେ କଷ୍ଟ ଅନୁଭବ କରୁଥିବା ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଆରାମ ଦିଏ। ପ୍ରଜନନ ଅଙ୍ଗର ସଞ୍ଚାଳନ କ୍ଷମତାକୁ ବୃଦ୍ଧି କରେ।

ଧନୁର୍ ଆସନ : ଧନୁର୍ ଆସନ ମଧ୍ୟ ଶରୀରର ସମସ୍ତ ଭିତରି ଅଙ୍ଗଗୁଡ଼ିକୁ ବିଶ୍ରାମ ଦିଏ। ଏହାସହିତ ଅଙ୍ଗଗୁଡ଼ିକର ନିୟମିତ ଗତିବିଧିକୁ ସ୍ଵାଭାବିକ କରିଥାଏ।  ଏହାସହ ଶରୀରରେ ରକ୍ତପ୍ରବାହକୁ ଠିକ କରିଥାଏ।

ଭୁଜଙ୍ଗାସନ: ଭୁଜଙ୍ଗାସନ ପେଟ ଭିତର ଅଙ୍ଗକୁ ସଠିକ୍ ଭାବେ ସଞ୍ଚାଳନ କରାଏ। ଚାପ କମାଏ।

ଉତ୍ତନାସନ : ଏହି ଆସନରେ ମାନସିକ  ତଥା ଶାରିରୀକ ଚାପ କମ୍‌ କରିବା ସହ ମାଂସପେଶୀଗୁଡ଼ିକୁ ଆରାମ ଦିଏ।

ସେତୁବନ୍ଧ ସର୍ବାଙ୍ଗାସନ: ପେଟର ଅଙ୍ଗ ସଞ୍ଚାଳନ ସହିତ ଥାଇରଏଡ୍ ସମସ୍ୟା ପାଇଁ ବି ଏହି ଯୋଗାସନ ଫଳପ୍ରଦ। ମସ୍ତିଷ୍କକୁ ଶାନ୍ତ ରଖେ। ଏହାଛଡ଼ା ମାନସିକ ତଥା ଶାରିରୀକ ଭାବେ ବିକୃତ ଥିବା ରୋଗୀଙ୍କୁ ଏହି ଯୋଗାସନ ଅନେକ ସୁଫଳ ଦେଇଥାଏ।

Comment