ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କର ଅଲଗା ଦିନ ଅପେକ୍ଷା ମାସିକ ଋତୁଚକ୍ର ସମୟରେ ଗ୍ୟାସ୍‌ ଜନିତ ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ, ଏହାର କାରଣ କ’ଣ?

ଋତୁଚକ୍ର ସମୟରେ ଏଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ମଧ୍ୟରେ ହରମୋନାଲ ପରିବର୍ତ୍ତନ ହୋଇଥାଏ। ଏହା କେବଳ ଆପଣଙ୍କ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇ ନଥାଏ, ଏହା ଆପଣଙ୍କ ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟିନାଲ ସିଷ୍ଟମ୍‌ ଉପରେ ବି ପ୍ରଭାବ ପକାଇଥାଏ। ଏହି ସମୟରେ କିଛି ମହିଳାଙ୍କୁ ଡାଇରିଆ ଭଳି ସମସ୍ୟା ହୋଇଥାଏ। ଫଳରେ ପେଟରେ ଗ୍ୟାସ୍‌ ହୋଇଥାଏ।

କିଛି ମହିଳାଙ୍କର ପେଟ ଫୁଲିକି ରହିଥାଏ। ଋତୁଚକ୍ର ହେବାର କିଛି ସମୟ ପୂର୍ବରୁ ଗର୍ଭାଶୟରେ ଏକ ପ୍ରକାର ଏସିଡ୍‌ ସୃଷ୍ଟି ହୁଏ। ଏହି ଏସିଡ୍‌ ଫଳରେ ଖାଇବା ହଜମ ସହଜରେ ହୋଇ ନଥାଏ ଏବଂ ପେଟ ଭାରୀ ଲାଗିଥାଏ।

କ’ଣ କରିବେ?

ଋତୁଚକ୍ର ସମୟରେ ଅଧିକରୁ ଅଧିକ ପାଣି ପିଅନ୍ତୁ।

ଏହି ସମୟରେ ହାଲ୍‌କା ଏକ୍ସରସାଇଜ୍‌ କରନ୍ତୁ। ସକାଳୁ କିଛି କିଲୋମିଟର ଚାଲିପାରିବେ।

ଅଳ୍ପ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଦରକାର। ଫଳରେ ଖାଦ୍ୟ ସହଜରେ ହଜମ ହେବ।

ମୃଦୁପାନୀୟ ଓ କଫି ପିଇବା ଯେତେ ସମ୍ଭବ ବନ୍ଦ କରିବେ।

ମାସିକ ଋତୁଚକ୍ର ସମୟରେ କ’ଣ ଖାଇବେ?

ମାସିକ ଋତୁଚକ୍ର ସମୟରେ ସବୁଜ ପନିପରିବା, ଭଣ୍ଡା, ମାଛ, କଦଳି, ଦହି ଓ ଭଣ୍ଡା ଖାଇବା ଭଲ। ଏହାଛଡ଼ା କଖାରୁ, ବ୍ରାଉନ୍‌ ରାଇସ୍‌, ଓଟ୍ସ ଆଦି ଖାଦ୍ୟ ଖାଆନ୍ତୁ।

ଋତୁଚକ୍ର ସମୟରେ ଅଣ୍ଡା, ପିଆଜ, ରସୁଣ ଏବଂ ବ୍ରୋକୋଲିକୁ ଖାଆନ୍ତୁ ନାହିଁ। ଏହା ଖାଇବା ଫଳରେ ପେଟରେ ଗ୍ୟାସ୍‌ ଅଧିକ ସୃଷ୍ଟି ହୋଇଥାଏ।

Comment