ଓଡ଼ିଶାଲାଇଭ୍‌ ବ୍ୟୁରୋ

ଋତୁସ୍ରାବ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବହୁତ କିଛି କହିପାରେ।

ମହିଳାମାନଙ୍କର ଋତୁଚକ୍ର ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚାଇଥାଏ। ଋତୁଚକ୍ର ଆରମ୍ଭରୁ ମେନୋପଜ୍‌ ପର୍ଯ୍ୟନ୍ତ ନିୟମିତ ଋତୁଚକ୍ର ହେବା ଅର୍ଥ ହେଉଛି ଶରୀର ସାଧାରଣ ଭାବେ କାର୍ଯ୍ୟ କରୁଛି ଓ ସୁସ୍ଥ ଅଛି। ଅନିୟମିତ ଋତୁଚକ୍ର ବା ଯନ୍ତ୍ରଣାଦାୟକ ଋତୁସ୍ରାବ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ। ଋତୁଚକ୍ର ମାନସିକତା ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ

ମାସିକ ଋତୁଚକ୍ର ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପରେ କିପରି ପ୍ରଭାବ ପକାଏ?

ମାସିକ ଋତୁଚକ୍ରରେ ଅସୁବିଧା ବା ସମସ୍ୟା ଦେଖାଦେଲେ, ଏହା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଗତି କରିପାରେ।

ଆନିମିଆ: ଅଧିକ ଋତୁସ୍ରାବ ହେଉଥିବା ମହିଳାଙ୍କର ରକ୍ତହୀନତା ବା ଆନିମିଆ ହେବାର ଆଶଙ୍କା ଥାଏ। ଆନିମିଆ ହେଉଛି ଏକ ଅବସ୍ଥା, ଯେତେବେଳେ ରକ୍ତ ଆବଶ୍ୟକ ଅକ୍ସିଜେନ୍‌ ଶରୀରର ଅନ୍ୟ ଅଙ୍ଗକୁ ପ୍ରବାହିତ କରିପାରେ ନାହିଁ, କାରଣ ରକ୍ତରେ ଆବଶ୍ୟକ ମୁତାବକ ଆଇରନ୍‌ ନଥାଏ। ଫଳରେ ଶରୀର ହଳଦିଆ ଓ ଥକ୍କା ଲାଗେ।

ଅବସାଦ: ଅବସାଦରେ ଥିବା ମହିଳାମାନଙ୍କର PMS ବା PMDD ହେବାର ଆଶଙ୍କା ଥାଏ।

ଅଷ୍ଟିଓପୋରୋସିସ୍‌: ଯଦି ମହିଳାଙ୍କର ଆମେନୋରିଆ ଅଛି, ତେବେ ସେମାନଙ୍କର ହାଡ଼ ଦୁର୍ବଳ ହେବାର ଆଶଙ୍କା ଅଛି। ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍‌ ମଧ୍ୟ ହେବାର ଆଶଙ୍କା ଥାଏ। ଅଷ୍ଟିଓପୋରୋସିସ୍‌ ହେଲେ ହାଡ଼ ଦୁର୍ବଳ ହୋଇଯାଏ।

ଗର୍ଭବତୀ ସମସ୍ୟା: ପିରିୟଡ୍‌ରେ ସମସ୍ୟା ହେଉଥିଲେ ଗର୍ଭାବସ୍ଥାରେ ଏହାର ପ୍ରଭାବ ପଡ଼ିଥାଏ।

ମେଦବହୁଳତା ଓ ଋତୁସ୍ରାବ ସମସ୍ୟା: ଆପଣଙ୍କର ଓଜନ ଆପଣଙ୍କ ଋତୁଚକ୍ର ଉପରେ ପ୍ରଭାବ ପକାଇଥାଏ। ଯଦି ମହିଳାଙ୍କର ଓଜନ ଅତ୍ୟଧିକ କମ୍‌, ତେବେ ଋତୁସ୍ରାବ ଅନିୟମିତ ବା କମ୍‌ ହୋଇଥାଏ। ପିରିୟଡ୍‌ ହେବାର ଆରମ୍ଭରୁ ମେନୋପଜ୍‌ ଯାଏଁ ଇଷ୍ଟ୍ରୋଜେନ୍‌ ଅଭାବ ହେଲେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ମୋଟା ବା ଅତ୍ୟଧିକ ଓଜନ ଥିବା ମହିଳାଙ୍କର ଅତ୍ୟଧିକ ପିରିୟଡ୍‌ ବା ଆଦୌ ପିରିୟଡ୍‌ ହେବାର ସମ୍ଭାବନା ଥାଏ। ଶରୀରର ଓଜନ ବଢ଼ିବା ସହ ଚର୍ବି କୋଷ ବଢ଼ିଥାଏ ଓ ଇଷ୍ଟ୍ରୋଜେନ୍‌ ବି ବଢ଼ିଥାଏ। ଅତ୍ୟଧିକ ଇଷ୍ଟ୍ରୋଜେନ୍‌ ଆପଣଙ୍କ ଶରୀରକୁ ପ୍ରତିକ୍ରିୟାଶୀଳ କରିଥାଏ।

ଯନ୍ତ୍ରଣାଦାୟକ, ଲମ୍ବା ସମୟ ଧରି ଋତୁସ୍ରାବ ନ ହେବା, ଅନିୟମିତ ଋତୁଚକ୍ର ଗର୍ଭବତୀ ହେବାରେ ସମସ୍ୟା ସୃଷ୍ଟି କରିଥାଏ।

Comment