ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀଙ୍କ ନାଁ କହି ସରକାରୀ ଅଧିକାରୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଘଟଣାର ଏବେ ପର୍ଦାଫାସ ହୋଇଛି। ଏହି ମାମଲାରେ ବରଗଡ଼ ପୋଲିସ ସୁଶାନ୍ତ ରଞ୍ଜିତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ପୋଲିସ କହିବା ଅନୁଯାୟୀ, ଏକ ପୋନ୍‌ ନମ୍ବରରୁ ଯୁବକ ଜଣକ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଫୋନ୍‌ କରୁଥିଲା। ଏହି ଫୋନ୍‌ ନମ୍ବର କଲର ଆଇଡିରେ ସୁଶାନ୍ତ ସିଂହଙ୍କ ଫଟୋ ଥିଲା। ଫଳରେ ଯେଉଁ ଲୋକ ଫୋନ୍‌ କଲ୍‌ ପାଉଥିଲା, ମନ୍ତ୍ରୀଙ୍କ ଫଟୋ ମୋବାଇଲକୁ ଆସୁଥିଲା। ଅଭିଯୁକ୍ତ ନିଜକୁ ମନ୍ତ୍ରୀ କହି ଟଙ୍କା ମାଗୁଥିଲା। ତେଣୁ ଭୟରେ ସରକାରୀ ଅଧିକାରୀମାନେ ଯୁବକ ଦେଉଥିବା ଆକାଉଣ୍ଟରେ ଟଙ୍କା ପଠାଇ ଦେଉଥିଲେ।

ଯୁବକ ଜଣକ ପ୍ରାୟ ବର୍ଷେ ହେଲା ଏଭଳି କହି ଟଙ୍କା ଆଦାୟ କରୁଥିଲେ। ତେବେ ଯୁବକ ଜଣକ ପାଖାପାଖି ୩ରୁ ୪ଲକ୍ଷ ଟଙ୍କା ଆଦାୟ କରିଥିବା ନେଇ ପୋଲିସ କହିଛି।

ଏନେଇ ସେପ୍ଟେମ୍ବର ୨ରେ ଜଣେ ବ୍ୟକ୍ତି ସୋହେଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲ ରୁଜୁ କରିଥିଲା। ପୋଲିସର ଗୋଟିଏ ଟିମ୍ କୋରାପୁଟ ଜିଲ୍ଲା ଜୟପୁର ପହଞ୍ଚି ସେଠାରୁ ଅଭିଯୁକ୍ତକୁ ଗିରଫ କରିଥିଲା। ଆଗକୁ ଅଧିକ ତଦନ୍ତ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି।

Comment