ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ପ୍ରତୀକ୍ଷାର ଅନ୍ତ ଘଟିଲା। ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ। ଫ୍ରାନ୍ସଠାରୁ ପ୍ରଥମ ରାଫେଲ ବିମାନ ଗ୍ରହଣ କରିଛି ଭାରତୀୟ ବାୟୁସେନା। ଶୁକ୍ରବାର ଫ୍ରାନ୍ସରେ ଭାରତୀୟ ବାୟୁସେନା ଟିମ୍‌କୁ ରାଫେଲ ବିମାନ ହସ୍ତାନ୍ତର କରାଯାଇଛି।

ବାୟୁସେନା ଗ୍ରହଣ କରିଥିବା ରାଫେଲ ବିମାନର ନମ୍ବର ହେଉଛି ଆର୍‌ବି-୦୧। ରାଫେଲ ଗ୍ରହଣ କରିବା ପରେ ଏୟାର ମାର୍ସଲ ବି କେ ଚୌଧୁରୀ ରାଫେଲ୍‌କୁ ପ୍ରାୟ ୧ ଘଣ୍ଟା ଉଡ଼ାଇଥିବା ସୂଚନା ମିଳିଛି।

୨୦୧୬ ମସିହାରେ ଫ୍ରାନ୍ସଠାରୁ ୩୬ଟି ରାଫେଲ କିଣିବା ନେଇ ଭାରତର ଚୁକ୍ତି ହୋଇଥିଲା।

Comment