ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ଵକପ। ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଛି ବିଶ୍ଵକପର ଦ୍ଵିତୀୟ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ପଏଣ୍ଟ ହାସଲ କରି ଗ୍ରୁପ ‘ଏ’ରେ ଭାବେ ଶୀର୍ଷକୁ ଯାଇଛି।

ଶୁକ୍ରବାର ଦିନ ୩ଟା ସମୟରେ ମ୍ୟାଚଟି ଆରମ୍ଭ ହୋଇଥିଲା ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ଅଧିନାୟକ ଏଡି ୱାକେଣ୍ଡନଙ୍କ ନେତୃତ୍ଵରେ ଦଳ ଫ୍ରାନ୍ସ ଉପରେ ଆରମ୍ଭରୁ ଚାପ ପକାଇଥିଲା। ଫ୍ରାନ୍ସର ଖେଳାଳି ମାନଙ୍କୁ ଆକ୍ରମଣ କରିବାକୁ ଦେଇନଥିଲା ଅଷ୍ଟ୍ରେଲିଆ। ଦଳ ପକ୍ଷରୁ ଟମ କ୍ରେଗ ଓ ଜେରେମି ଡୋୟର ୩ଟି ଲେଖାଏଁ ଗୋଲ ଦେଇଥିଲେ।ଏହାଛଡା ଫ୍ଲିନ୍ ଓଗଲିଭ ଓ ଟମ ୱିକହମ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଫ୍ରାନ୍ସ ମ୍ୟାଚରେ ୩ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଲ କରିବା ପାଇଁ ବିଫଳ ହୋଇଥିଲା। ଉନ୍ନତ ପ୍ରଦର୍ଶନ ପାଇଁ ଟମ କ୍ରେଗ ମ୍ୟାନ ଅଫ ଦି ହୋଇଛନ୍ତି।

ବିଶ୍ଵକପର ପରବର୍ତ୍ତୀ ମ୍ୟାଚ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଖେଳାଯିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବକୁଥିବା ଏହି ମ୍ୟାଚଟି ଅପରାହ୍ଣ ୫ଟା ବେଳେ ଆରମ୍ଭ ହେବ।

Tags: #Men’sHockeyWorldCup #Groupstage #Australia #France #Hockey #India #Odisha

Comment