ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି ହକି ବିଶ୍ଵକପ କ୍ରସ୍ଓଭର ମ୍ୟାଚ। ସୋମବାର ତୃତୀୟ କ୍ରସ୍ଓଭର ମୁକାବିଲାରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଏହି ବିଜୟ ବଳରେ ଜର୍ମାନୀ ବିଶ୍ଵକପ କ୍ଵାର୍ଟର ଫାଇନାଲକୁ ଯାଇଛି।

ସୋମବାର ଅପରାହ୍ଣ ୫ଟା ବେଳେ ଆରମ୍ଭ ହୋଇଥିଲା ଜର୍ମାନୀ-ଫ୍ରାନ୍ସ ମ୍ୟାଚ। ଦୁଇ ୟୁରୋପୀୟ ପଡ଼ୋଶୀ କ୍ଵାର୍ଟର ଯିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲେ। ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ଜର୍ମାନୀର ଖେଳାଳମାନେ ପଡ଼ିଆରେ ଆଧିପତ୍ୟ ବିସ୍ତାର କରିଥିଲେ। ମ୍ୟାଚ ଆରମ୍ଭରୁ ସେମାନେ ଫ୍ରାନ୍ସ ଉପରେ ଚାପ ସୃଷ୍ଟି କରିଥିଲେ।

ମ୍ୟାଚର ୧୪ତମ ମିନିଟରେ ଜର୍ମାନୀ ପ୍ରଥମ ଗୋଲ ଦେଇଥିଲା। ଏହି ଗୋଟିଏ ଗୋଲକରି ରହିଯାଇନଥିଲା, ପ୍ରଥମ ଗୋଲ ହେବାର ୧୦ ମିନିଟ ଭିତରେ ଦଳ ଆଉ ୩ଟି ଗୋଲ ଦେଇ ମ୍ୟାଚକୁ ଏକତରଫା କରିଦେଇଥିଲା। ଫ୍ରାନ୍ସର ଖେଳାଳିମାନେ ଗୋଲ ଦେବା ପାଇଁ ପ୍ରୟାସ କରିଥିଲେ ମଧ୍ୟ କିଛି ଖାସ କରି ପରିନଥିଲେ।

ଫ୍ରାନ୍ସ ଶେଷ କ୍ଵାର୍ଟରରେ ନିଜର ପ୍ରଥମ ଗୋଲ୍ ଦେଇଥିଲା। ଏହାର ଜବାବରେ ଜର୍ମାନୀ ମ୍ୟାଚ ଶେଷ ହେବାକୁ ଆଉ ଏକ ମିନିଟ ଥିବାବେଳେ ପଞ୍ଚମ ଗୋଲ ଦେଇଥିଲା। ଜର୍ମାନୀ ତରଫରୁ ମାର୍କୋ ମିଲ୍ଟକୌ, ନିକଲାସ ୱେଲେନ ମ୍ୟାଟ୍ସ ଗ୍ୟାମବୁସ, ମୋର୍ଟିଜ୍ ଟ୍ରୋମପେର୍ଜ, ଗୋଞ୍ଜାଲୋ ପିଲାଟ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

 

ଜର୍ମାନୀ ଏହି ମ୍ୟାଚ ଜିତି ବିଶ୍ଵକପ କ୍ଵାର୍ଟରକୁ ଯାଇଛି। ଏବେ ଜାନୁଆରି ୨୫ ତାରିଖରେ ଦଳ ଇଂଲଣ୍ଡକୁ ଭେଟିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ।

Tags: #HockeyMen’sWorldCup #CrossOver#Germany #wins #France #KalingaStadium #Hockey #India #Odisha

LEAVE A REPLY

Please enter your comment!
Please enter your name here