ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଗୁଗୁଲରେ ଆସିବ ଓଡ଼ିଆ ଭାଷା। ଗୁଗୁଲ ସର୍ଚ୍ଚରେ ଏବେ ଓଡ଼ିଆରେ ଲେଖି ଯେକୌଣସି ତଥ୍ୟ ଆପଣ ଖୋଜି ପାଇପାରିବେ।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ମିଳିଛି ସ୍ଵୀକୃତି। ଗୁଗୁଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଆପ୍ଲିକେସନ୍‌ ଉପଲବ୍ଧ ହେବ।

ଏବେ ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ବ୍ୟବହାରକାରୀଙ୍କ ପାଇଁ ସରଳ ହେବାରେ ଲାଗିଛି ଗୁଗୁଲ ପ୍ଲାଟଫର୍ମ। ଭାରତୀୟ ଭାଷାରେ ଗୁଗୁଲର ସର୍ଚ୍ଚ ଇଞ୍ଜିନ୍‌ର ବ୍ୟବହାର ବଢ଼ାଇବା ପାଇଁ ଗୁଗୁଲ ଅଧିକରୁ ଅଧିକ ଭାରତୀୟ ଭାଷାକୁ ସାମିଲ କରିବାକୁ ଯାଉଛି।

ପୂର୍ବରୁ ୭ଟି ଭାଷା ଉବଲବ୍ଧ ଥିଲା। ବର୍ତ୍ତମାନ ଓଡ଼ିଆ ସମେତ ଉଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ଏହି ଆପ୍ଲିକେସନ୍‌ରେ ସ୍ଥାନ ପାଇବ। ଇଂରାଜୀ ଓ ଅନ୍ୟ ଭାଷା ଜାଣି ନଥିଲେ ବି ଏବେ ସ୍ମାର୍ଟଫୋନ୍‌ରେ ନିଜ ଭାଷା ବ୍ୟବହାର କରି ଗୁଗୁଲରେ ତଥ୍ୟ ଖୋଜିପାରିବେ।

ୟୁନିକୋଡ ଯୋଗେ ଲେଖାଲେଖି କରୁଥିବା ଲୋକଙ୍କର ଏଥିରେ ବଡ଼ ଭୂମିକା ରହିଛି। ସେମାନେ ଯେତେ ଅଧିକ ମାତ୍ରାରେ ଓଡ଼ିଆ ଲେଖାକୁ ଇଣ୍ଟରନେଟ୍‌ରେ ସ୍ଥାନ ଦେବେ ଗୁଗୁଲର କାମ ସେତେ ସହଜ ହେବ।

LEAVE A REPLY

Please enter your comment!
Please enter your name here