ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଆମେରିକାର ହଷ୍ଟନ ସହରରେ ହେବ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ। ଏଥିପାଇଁ ଶନିବାର ଆମେରିକା ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦ୍ୱିତୀୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଆମେରିକା ଗସ୍ତ।

ରବିବାର ହେବାକୁ ଯାଉଥିବା ହାଓଡି ମୋଦୀ କାର୍ଯ୍ୟକ୍ରମ ମୋଦୀଙ୍କର ସବୁଠୁ ମେଗା ଇଭେଣ୍ଟ ହେବ। ଏଥିରେ ୫୦ ହଜାର ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ଯୋଗ ଦେବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଯୋଗ ଦେବେ। ମୋଦୀ ଓ ଟ୍ରମ୍ପ ଉଭୟ ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ।

ଟ୍ରମ୍ପଙ୍କ ସହ ମୋଦୀଙ୍କର ଏହି ସାକ୍ଷାତ ଉଭୟ ଦେଶ ପାଇଁ ଗୁରୁତ୍ୱ ବହନ କରିବ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ, ପ୍ରତିରକ୍ଷା ଏବଂ ପୁଞ୍ଜିନିବେଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ।

Comment