ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ହଷ୍ଟନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ହାଓଡୀ ମୋଦି’ ମେଗା ସୋ’ରେ ସମ୍ବୋଧିତ କରିବେ। ମୋଦିଙ୍କ ସହ ଉପସ୍ଥିତ ରହିବେ ଟ୍ରମ୍ପ।

ଚଳଚଞ୍ଚଳ ହୋଇପଡ଼ିଛି ଆମେରିକା ଟେକ୍ସାସ୍‌ର ହଷ୍ଟନ ସହର। ଆଜି ହଷ୍ଟନର ଏନ୍‌ଆରଜି ଷ୍ଟାଡିୟମରେ ଅନୁଷ୍ଠିତ ହେବ ହାଓଡୀ ମୋଦି କାର୍ଯ୍ୟକ୍ରମ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାତିରୁ ଆମେରିମକାରେ ପହଞ୍ଚି ସାରିଛନ୍ତି। ଆମେରିକାରେ ରହୁଥିବା ୫୦ ହଜାର ପ୍ରବାସୀ ଭାରତୀୟଙ୍କୁ ମୋଦି ‘ହାଓଡୀ ମୋଦି’ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

‘ହାଓଡୀ ମୋଦି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଉପସ୍ଥିତ ରହିବେ। ତିନୋଟି ଭାଷାରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ। ଲୋକେ ଇଂରାଜୀ, ହିନ୍ଦୀ ଏବଂ ସ୍ପାନିସ ଭାଷାରେ ‘ହାଓଡୀ ମୋଦି’ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

ପ୍ରଧାନମନ୍ତ୍ରୀ ଏଥିପାଇଁ ୭ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମୋଦି ଦୁଇଥର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଆଜି ‘ହାଓଡୀ ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କୁ ସାକ୍ଷାତ କରିବେ। ସେହିପରି ସେପ୍ଟେମ୍ବର ୨୭ରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତା ସମୟରେ ନ୍ୟୁୟର୍କରେ ଟ୍ରମ୍ପଙ୍କୁ ଭେଟିବେ।

 

LEAVE A REPLY

Please enter your comment!
Please enter your name here