ଓଡ଼ିଶାଲାଇଭ ବ୍ୟୁରୋ

ନର୍ସ ନିହାରିକା ହତ୍ୟା ମାମଲାରେ ହତ୍ୟାକାରୀ ରାଜାକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି। ରାଜାକୁ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ କୋର୍ଟ ବିରିଡ଼ି ପୋଲିସକୁ ଅନୁମତି ଦେଇଛନ୍ତି।

ନର୍ସ ନିହାରିକାକୁ ଗତ ୯ ତାରିଖରେ ବୟଫ୍ରେଣ୍ଡ ରାଜା ଚାଉଳିଆଗଞ୍ଜରେ ହତ୍ୟା କରି ବିରିଡ଼ିସ୍ଥିତ ବିଲୁଆଖାଇ ନଦୀ ପଠାରେ ଫୋପାଡ଼ି ଦେଇଥିଲା। ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ହତ୍ୟାକାରୀକୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା।

ପରେ ନିହାରିକାଙ୍କ ବୟଫ୍ରେଣ୍ଡ ରାଜାକୁ ପୋଲିସ ଗିରଫ କରିବା ପରେ ପଚରା ଉଚରା କରିଥିଲା। ଏଥିରେ ରାଜା ନିହାରିକାକୁ ହତ୍ୟା କରିଛି ବୋଲି ମାନିଥିଲା।

Comment