ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସେପ୍ଟେମ୍ବର ୨୯ରେ ଶୁଭାରମ୍ଭ ହେବାକୁ ଯାଉଛି କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍ ସିଜିନ୍-୧୩। ଚଳିତ ସିଜିନରେ ଏହି ସୋ’ରେ କେତେଗୁଡ଼ିଏ ନୂଆ ପରିବର୍ତ୍ତନ ହୋଇଛି। ଏହା ଦର୍ଶକଙ୍କର ମନୋରଞ୍ଜନକୁ ଆହୁରି ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି।

– ବିଗ୍ ବସ୍ ହାଉସ୍ ର ସେଟ୍ କୁ ‘ହରର୍’ ଥିମ୍‌ରେ କରାଯିବ। ଏଥିର ଲୋନାଓ୍ୱାଲା ବ୍ୟତୀତ ମୁମ୍ବାଇରେ ହେବ ସେଟ୍। ଗତ ୭ ବର୍ଷ ହେଲା ଫିଲ୍ମ ମେକର୍ ଉମଙ୍ଗ୍ କୁମାର ବିଗ୍ ବସ୍ ହାଉସ୍‌ର ସେଟ୍ ଡିଜାଇନ୍ କରୁଛନ୍ତି।  – ଏଥର ବିଗ୍ ବସ୍ ର ନୂଆ ସିଜିନରେ ସଲମାନଙ୍କ ସହିତ ରହିବେ ମହିଳା ଆଙ୍କର୍। ବିଗ୍‌ ବସ୍‌ର ଇତିହାସରେ ଏପରି ପ୍ରଥମ ଥର ହେବ ବୋଲି କୁହାଯାଉଛି। ଏହାପୂର୍ବରୁ ବିଗ୍ ବସ୍ ସିଜିନ୍-୫’ରେ ସଞ୍ଜୟ ଦତ୍ତଙ୍କ ସହିତ ଷ୍ଟେଜ୍ ସେୟାର୍ କରିଥିଲେ ସଲମାନ।

–  ସିଜିନ୍ ୧୩ରେ ସାଧାରଣ ବ୍ୟକ୍ତି କେହି ପ୍ରତିଯୋଗୀ ଭାବେ ଆସିବେ ନାହିଁ। କେବଳ ସେଲିବ୍ରିଟି ହିଁ ଆସିବେ। ତାହା ବି କେବଳ ଟିଭି ସିରିଆଲ୍ ଲୋକପ୍ରିୟ ବୋହୂମାନେ। ଏହା କେବଳ ସୋ’ର ଟିଆର୍‌ପି ବଢ଼ାଇବା ପାଇଁ କରାଯିବ। କାରଣ ଏବେ ଟିଭି ସିରିଏଲର ବହୁଳ ଲୋକପ୍ରିୟତା।

–  ସଲମାନ୍ ସିଜିନ୍-୧୩ ପାଇଁ ୪୦୦କୋଟି ଟଙ୍କା ପାରିଶ୍ରମିକ ନେବେ ବୋଲି ଜଣାପଡ଼ିଛି।

Comment