ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଟିମକୁ ଲାଗିଲା ବଡ ଝଟକା। ଦଳରୁ ବାଦ ପଡ଼ିଲେ ଷ୍ଟାର ବୋଲର ଯଶପ୍ରିତ ବୁମରା। ଆଗାମୀ ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ତାଙ୍କୁ ଆଉ ଦେଖିବାକୁ ମିଳିବନି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଅଣ୍ଟାରେ ଫ୍ୟାକ୍ଚର ହେବା କାରଣରୁ ସେ ଦଳରୁ ବାଦ୍ ପଡିଛନ୍ତି। ଏନେଇ ମଙ୍ଗଳବାର ବିସିସିଆଇ ଟୁଇଟ୍ କରି ଜଣାଇଛି।

ବିସିସିଆଇ ଟୁଇଟ୍ କରି ଲେଖିଛି ଯେ, “ଭାରତୀୟ ଟିମର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ଛୋଟ ଫ୍ୟାକ୍ଚର ପାଇଁ ଆଗାମୀ ପେଟିଏମ୍ ଫ୍ରିଡମ୍ ସିରିଜରୁ ବାଦ୍ ପଡିଛନ୍ତି।”

ଏହାସହ ଏହି ଟୁଇଟରେ ବିସିସିଆଇ ବୁମରାଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରିଛି। ଆଗାମୀ ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ ଦ୍ରୁତ ବୋଲର ଉମେଶ ଯାଦବଙ୍କ ନାଁ ଘୋଷଣା କରିଛି।

ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି। ଯାହାର ପ୍ରଥମ ମ୍ୟାଚ୍ ଆସନ୍ତା ଅକ୍ଟୋବର ୨ରେ ବିଶାଖାପାଟଣାରେ ଖେଳାଯିବ। ଯଶପ୍ରୀତ ବୁମରା ଭାରତୀୟ ବୋଲିଂର ନେତୃତ୍ୱ ନେଉଥିଲେ। ସିରିଜରେ ତାଙ୍କ ଅନୁପସ୍ଥିତି ଦଳ ବହୁତ ଅନୁଭବ କରିବ।

Comment