ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ 
ହାଉସଫୁଲ୍, ହାଉସଫୁଲ୍ ୨ ଏବଂ ହାଉସଫୁଲ୍ ୩ର ସଫଳତା ପରେ ବର୍ତ୍ତମାନ ପରଦାକୁ ଆସୁଛି ହାଉସଫୁଲ୍-୪। ପୁଣିଥରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଜବରଦସ୍ତ କମେଡି ଦର୍ଶକ ପରଦା ଉପରେ ଦେଖିବେ। ଏକ ଭିନ୍ନ ସ୍ୱାଦର କମେଡି ଷ୍ଟୋରୀକୁ ନେଇ ରିଲଜ ଅପେକ୍ଷାରେ ହାଉସଫୁଲ୍-୪।
ଆଗାମୀ ଦିପାବଳୀ ଅବସରରେ ହାଉସଫୁଲ୍-୪ ରିଲିଜ୍ ହେବାକୁ ଯାଉଛି। ତେବେ ନିକଟରେ ଏହାର କିଛି ପୋଷ୍ଟା ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖି ଦର୍ଶକଙ୍କ ମଧ୍ୟରେ ଫିଲ୍ମ ରିଲିଜକୁ ନେଇ ଉତ୍ସୁକତା ବଢ଼ିବାରେ ଲାଗିଛି।

କାହିଁକି ନାଁ ହାଉସଫୁଲ୍-୪ ପୋଷ୍ଟରରେ ଅଭିନେତା ଓ ଅଭିନେତ୍ରୀମାନଙ୍କର ଦୁଇଟି ରୂପ ଦେଖିବାକୁ ମିଳିଛି। ଗୋଟିଏ ରୂପରେ ୧୪୧୯ ମସିହାରେ ପୂର୍ବ ଜନ୍ମର ଚିତ୍ର ଥିବାବେଳ ଅନ୍ୟଥିରେ ସେମାନଙ୍କର ବର୍ତ୍ତମାନର ଚିତ୍ର ପ୍ରକାଶ ପାଇଛି। ଏହି ଫିଲ୍ମରେ ଦର୍ଶକ ଅଭିନେତା ଅକ୍ଷୟ କୁମାରଙ୍କ ସହ ରିତେଶ ଦେଶମୁଖ୍, ବବି ଦେଓଲ, କିର୍ତ୍ତି ସାନନ୍ ଓ ଅଭିନେତ୍ରୀ ପୂଜା ହେଗ୍ଡେଙ୍କୁ ଦେଖିବାକୁ ପାଇବେ।
ଫିଲ୍ମରେ ଦର୍ଶକ ଅଭିନେତା ଅକ୍ଷୟ କୁମାରଙ୍କୁ ବାଲା ଚରିତ୍ରରେ ଦେଖିବାକୁ ପାଇବେ। ଏହାସହ ସେ ଦ୍ୱିତୀୟ ଚରିତ୍ରରେ ଦର୍ଶକ ତାଙ୍କୁ ହ୍ୟାରୀ ଚରିତ୍ରରେ ଦେଖିବାକୁ ପାଇବେ। ସେହିଭଳି ରିତେଶ ଦେଶମୁଖ ପ୍ରଥମ ଜନ୍ମରେ ନର୍ତ୍ତକୀ ବାଙ୍ଗଡୁ ମହାରାଜ ଥିବା ବେଳେ ଏବଂ ଦ୍ୱିତୀୟ ଚରିତ୍ରରେ ତାଙ୍କର ନାଁ ରହିଛି ରୟ।

ଫିଲ୍ମର ଆଉ ଏକ ପୋଷ୍ଟରରେ ଅଭିନେତା ବବି ଦେଓଲ ଅଙ୍ଗରକ୍ଷକ ଧର୍ମପୁତ୍ର ଭାବରେ ନଜର ଆସିବେ। ତା’ସହ ଦ୍ୱିତୀୟ ପାର୍ଟରେ ତାଙ୍କର ମର୍ଡନ ଯୁଗର ନାଁ ମ୍ୟାକ୍ସ ରହିଥିବା ଦେଖିବାକୁ ମିଳିଛି। ସେହିଭଳି ଅଭିନେତ୍ରୀ କିର୍ତ୍ତି ସାନନଙ୍କ ନାଁ ରାଜକୁମାରୀ ମଧୁ ଓ ପୂଜା ହେଗଡେଙ୍କ ନାଁ ରାଜକୁମାରୀ ମାଲା ରଖାଯାଇଥିବା ପୋଷ୍ଟରରେ ଦେଖିବାକୁ ମିଳିଛି।

ଆଗାମୀ ଅକ୍ଟୋବର ୨୬ରେ ହାଉସଫୁଲ୍-୪ର ଟ୍ରେଲର ରିଲିଜ୍ ହେବ। ଫିଲ୍ମର ପୋଷ୍ଟରଗୁଡ଼ିକୁ ଅଭିନେତା ଅକ୍ଷୟ କୁମାର ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଫରହାଦ୍ ସାମଜୀ ଏହି ଫିଲ୍ମର ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମର ପ୍ରଯୋଜନା ଭାର ନେଇଛନ୍ତି ହାଉସଫୁଲ୍ ପ୍ରଯୋଜକ ସାଜିଦ୍ ନାଡିୟାବାଲା।


















