ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସିରିଆଲ୍ “ବେହଦ୍” ର ଦ୍ୱିତୀୟ ଭାଗ “ବେହଦ୍-୨” ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଲୋକପ୍ରିୟ ଅଭିନେତ୍ରୀ ଜେନିଫର୍ ଓ୍ୱିଙ୍ଗେଟଙ୍କୁ ଖଳନାୟିକା ଭୂମିକାରେ ଦେଖିବେ ଦର୍ଶକ। ପ୍ରଥମ ଭାଗରେ ଜେନିଫରଙ୍କୁ  ବହୁତ ପସନ୍ଦ କରିଥିଲେ ଦର୍ଶକ।

ତେବେ ସିରିଆଲ୍ ର ଦ୍ୱିତୀୟ ଭାଗ ପ୍ରଥମ ଭାଗ ଅପେକ୍ଷା ଆହୁରି ରୋମାଞ୍ଚକ ହେବ ବୋଲି କହିଛନ୍ତି ବେହଦ୍-୨”ରେ ମୁଖ୍ୟ ଚରିତ୍ରରେ ଆସୁଥିବା ଶିଓ୍ୱିନ ନାରଙ୍ଗ୍। ପ୍ରଥମ ଭାଗରେ କୁଶାଲ୍ ଟଣ୍ଡନ୍ ଙ୍କୁ ଜେନିଫରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିବା ବେଳେ ଏଥର କୁଶାଲଙ୍କ ଜାଗା ନେଇଛନ୍ତି ଶିଓ୍ୱିନ୍।

Comment