ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ସିରିଏଲ ଅଭିନେତ୍ରୀ ଜେନିଫର ଓ୍ୱିଙ୍ଗେଟ ଘରେ ଘରେ ପରିଚିତ। ସୁନ୍ଦର ଚେହେରା ଓ ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଜେନିଫର ନିଜ ସୁନ୍ଦର ଚେହେରା ଓ ତ୍ୱଚାର ଯତ୍ନ ପାଇଁ କ’ଣ କରନ୍ତି?

ଜେନିଫରଙ୍କ କହିବା କଥା, ନିଜକୁ ସୁନ୍ଦର ରଖିବା ପାଇଁ ନିଜକୁ ଚିନ୍ତାମୁକ୍ତ ରଖିବାକୁ ହେବ। କାରଣ ଏହା ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ। ସେଥିପାଇଁ ସେ ନିଜକୁ ସବୁବେଳେ ଚିନ୍ତାମୁକ୍ତ ରଖନ୍ତି।

ନିଜକୁ ସୁନ୍ଦର ରଖିବା ପାଇଁ ଯଥେଷ୍ଟ ପାଣି ପିଇବା ଆବଶ୍ୟକ। କେଶ ଓ ତ୍ୱଚାକୁ ସୁନ୍ଦର ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି  ପିଇବା ଦରକାର। ସେଥିପାଇଁ ଜେନିଫର ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତି।

ଜେନିଫର ତ୍ୱଚା ପାଇଁ ଭଲ କ୍ୱାଲିଟିର ବିୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି। ପ୍ରାକୃତିକ ଉପାୟରେ ସେ ନିଜ ତ୍ୱଚାର ଯତ୍ନ ନିଅନ୍ତି।

Comment