ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖବୁଶୀଘ୍ର ପୁଣିଥରେ ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଲୋକପ୍ରିୟ ସିରିଏଲ ବେହଦ୍‌ର ସିଜିନ ୨ ଖବୁଶୀଘ୍ର ପରଦାରେ ଦେଖାଯିବ। ବେହଦର ପ୍ରଥମ ସିଜିନରେ ଜେନିଫର ମାୟା ଚରିତ୍ରରେ ଅଭିନୟ କରିଥଲେ।

ଏହି ଚରିତ୍ରରେ ଜେନିଫରଙ୍କ ଅଭିନୟ ଦର୍ଶକଙ୍କ ପାଗଳ କରିଥିଲା। ତେଣୁ ପୁଣିଥରେ ଦର୍ଶକ ତାଙ୍କୁ ଦେଖିବାକୁ ସୋସିଆଲ ମଡିଆ ଜରିଆରେ ଅନୁରୋଧ କରିଥିଲେ।

ତେବେ ଏଥର ମାୟାଙ୍କ ଅର୍ଥାତ୍‌ ଜେନିଫରଙ୍କ ବିପକ୍ଷରେ କେଉଁ କଳାକାର ଅଭିନୟ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ତେବେ ଏଥର ତାଙ୍କ ବିପକ୍ଷରେ କରନ ୱାହି ନଜର ଆସିବେ ବୋଲି ଶୁଣାଯାଉଛି।

ସିରିଏଲଟି ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି।

ବେହଦ ପ୍ରଥମ ସିଜିନରେ ଜେନିଫରଙ୍କ ସହିତ କୁଶାଲ ଟଣ୍ଡନ, ଅନେରି ଭଜାନି ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସିରିଏଲଟି ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିଲା। ଖୁବ ଲୋକପ୍ରିୟତା ହାସଲ କରିଥିଲା।

Comment