ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭିର ଖ୍ୟାତନାମା ଅଭିନେତ୍ରୀ ଜେନିଫର ଓ୍ୱିଙ୍ଗେଟ ୩୪ବର୍ଷ ବୟସରେ ପାଦ ଦେଇଛନ୍ତିା ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଜନ୍ମ ଦିନରୁ ଶୁଭେଚ୍ଛା ଜଣାଇଛନ୍ତିା  ୧୯୮୧ ମସିହା ମେ’ ୩୦ ତାରିଖରେ ସେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲୋ

ଶିଶୁ କଳାକାର ଭାବେ ଅଭିନୟ ଦୁନିଆଁରେ ପାଦ ଦେଇଥିଲ ଜେନିଫର। ତାଙ୍କୁ ପ୍ରଥମ ଥର ଫିଲ୍ମ ‘ଅକେଲେ ହମ ଅକେଲେ ତୁମ’ରେ ଦେଖିବାକୁ ମିଳିଥିଲା।

ତା’ ପରେ ସିରିଏଲରେ କାମ କରିବା ଆରମ୍ଭ କରିଦେଇଥିଲୋ ଟିଭି ସୋ’ ‘ଦିଲ ମିଲ ଗଏ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହି ସିରିଏଲରେ ତାଙ୍କର ଦେଖା ହୋଇଥିଲା ଅଭିନେତା କରଣ ସିଂହ ଗ୍ରୋଭରଙ୍କ ସହ। ସିରିଏଲ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲ।

ତା’ପରେ ଉଭୟ ବିବାହ କରି ନେଇଥିଲୋ ପରବର୍ତ୍ତୀ ସମୟରେ ଦୁହେଁ ଅଲଗା ହୋଇଯାଇଥିଲୋ

ଜେନିଫର ତାଙ୍କ ଦକ୍ଷ ଅଭିନୟ ପାଇଁ ଆଜି ପରିଚିତ ଓ ଲୋକପ୍ରିୟ। ତାଙ୍କ ଅଭିନୀତ ସିରିଏଲଗୁଡ଼ିକ ବେଶ ଲୋକପ୍ରିୟ। ବେହଦ, ସରସ୍ୱତୀ ଚନ୍ଦ୍ର, ବେପନାହ ଭଳି ସିରିଏଲରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Comment