ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ସିରିଏଲର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ହେଲେ ଜେନିଫର ଓ୍ୱିଙ୍ଗେଟ। ସୁନ୍ଦର ଚେହେରା ଏବଂ ଦକ୍ଷ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେଉଁ ସିରିଏଲରେ ବି ଅଭିନୟ କରନ୍ତି ସେ ସିରିଏଲର ଚାହିଦା ବଢ଼ିଯାଏ। ହେଲେ ଆପଣ ଜାଣନ୍ତି କି ସିରିଏଲରେ ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ନିଅନ୍ତି ଜେନିଫର?

ମିଡିଆ ରିପୋର୍ଟ ଅନୁସାରେ ଜେନିଫର ପୂର୍ବରୁ ୬୦ରୁ ୬୫ ହଜାର ଟଙ୍କା ପ୍ରତି ଏପିସୋଡକୁ ନେଉଥିଲେ। ଏବେ ସେ ତାଙ୍କ ଫିସ୍‌ ବଢ଼ାଇ ଗୋଟିଏ ଏପିସୋଡକୁ ୧ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।

ଶିଶୁ କଳାକାର ଭାବେ ଅଭିନୟ ଦୁନିଆଁରେ ପାଦ ଦେଇଥିଲ ଜେନିଫର। ତାଙ୍କୁ ପ୍ରଥମ ଥର ଫିଲ୍ମ ‘ଅକେଲେ ହମ ଅକେଲେ ତୁମ’ରେ ଦେଖିବାକୁ ମିଳିଥିଲା।

ତା’ ପରେ ସିରିଏଲରେ କାମ କରିବା ଆରମ୍ଭ କରିଦେଇଥିଲୋ ଟିଭି ସୋ’ ‘ଦିଲ ମିଲ ଗଏ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଜେନିଫର ତାଙ୍କ ଦକ୍ଷ ଅଭିନୟ ପାଇଁ ଆଜି ପରିଚିତ ଓ ଲୋକପ୍ରିୟ। ତାଙ୍କ ଅଭିନୀତ ସିରିଏଲଗୁଡ଼ିକ ବେଶ ଲୋକପ୍ରିୟ। ବେହଦ, ସରସ୍ୱତୀ ଚନ୍ଦ୍ର, ବେପନାହ ଭଳି ସିରିଏଲରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Comment