ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ଜେନଫର ଓ୍ୱିଙ୍ଗେଟଙ୍କୁ କିଏ ବା ନଜାଣେ। ତାଙ୍କର ନିଖୁଣ ଅଭିନୟ ଓ ସୁନ୍ଦର ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥାଏ। ଆଜି ଏହି ଅଭିନେତ୍ରୀ ୩୫ ବର୍ଷ ବୟସରେ ପାଦ ଦେଇଛନ୍ତିା ଏହି ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତିା କିନ୍ତୁ ଜେନିଫର ଏବର୍ଷ କରୋନା ପାଇଁ ତାଙ୍କ ଜନ୍ମଦିନ ପାଳିବେନି।

ଜନ୍ମଦିନରେ ତାଙ୍କୁ କେହି ଗିଫ୍ଟ ନଦେଇ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ବୋଲି ଜେନିଫର ଅନୁରୋଧ କରିଛନ୍ତି। ୧୯୮୧ ମସିହା ମେ’ ୩୦ ତାରିଖରେ ଜେନିଫର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲୋ

ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଦେଇଥିଲ ଜେନିଫର। ତାଙ୍କୁ ପ୍ରଥମ ଥର ଫିଲ୍ମ ‘ଅକେଲେ ହମ ଅକେଲେ ତୁମ’ରେ ଦେଖିବାକୁ ମିଳିଥିଲା।

ତା’ ପରେ ସିରିଏଲରେ କାମ କରିବା ଆରମ୍ଭ କରିଦେଇଥିଲୋ ଟିଭି ସୋ’ ‘ଦିଲ ମିଲ ଗଏ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହି ସିରିଏଲରେ ତାଙ୍କର ଦେଖା ହୋଇଥିଲା ଅଭିନେତା କରଣ ସିଂହ ଗ୍ରୋଭରଙ୍କ ସହ। ସିରିଏଲ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲ।

ତା’ପରେ ଉଭୟ ବିବାହ କରି ନେଇଥିଲୋ ପରବର୍ତ୍ତୀ ସମୟରେ ଦୁହେଁ ଅଲଗା ହୋଇଯାଇଥିଲୋ ଜେନିଫର ତାଙ୍କ ଦକ୍ଷ ଅଭିନୟ ପାଇଁ ଆଜି ପରିଚିତ ଓ ଲୋକପ୍ରିୟ। ତାଙ୍କ ଅଭିନୀତ ସିରିଏଲଗୁଡ଼ିକ ବେଶ ଲୋକପ୍ରିୟ। ବେହଦ, ସରସ୍ୱତୀ ଚନ୍ଦ୍ର, ବେପନାହ ଭଳି ସିରିଏଲରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି

Comment