ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ପରଦାରେ ରାଜ କରିବା ପରେ ଏବେ ଓ୍ୱେବ ସିରିଜକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ଜେନିଫର ଓ୍ଵିଂଗେଟ୍‌। ଜେନିଫର ଖୁବଶୀଘ୍ର  ଅଲ୍ଟ ବାଲାଜୀ ଓ ଜି ୫ର ଓ୍ୱେବ ସିରିଜ ‘କୋଡ ଏମ୍‌’ରେ ନଜର ଆସିବେ।

ଏହି ଓ୍ୱେବ ସିରିଜରେ ଜେନିଫରଙ୍କ ଚାଲେଞ୍ଜିଙ୍ଗ ରୋଲ୍‌ ରହିଛି। ଏଥିରେ ସେ ମେଜର ମୋନିକା ମେହରା ଚରିତ୍ରରେ ଅଭିନୟ କରିଛନ୍ତି। ଏହି ସୋ’ ଜରିଆରେ ଜେନଫର ଡିଜିଟାଲ ଡେବ୍ୟୁ କରୁଛନ୍ତି। ଆଜି ଏହାର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଜେନିଫରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି।

ଇଣ୍ଡିଆନ ଆର୍ମି ଡେ’ ଅର୍ଥାତ ଜାନୁଆରି ୧୫ ତାରିଖରେ ଏହି ସିରିଜର ପ୍ରଥମ ଏପିସୋଡ ଦେଖିପାରିବେ ଦର୍ଶକ।

Comment