ଓଡ଼ିଶାଲାଇଭ ବ୍ୟୁରୋ


ଆଇସିସି ଟି-୨୦ ରାଙ୍କିଙ୍ଗରେ ଭାରତୀୟ ଖେଳାଳିମାନେ ଉପରକୁ ଉଠିଛନ୍ତି। ରୋହିତ ଶର୍ମା ଟପ ଟେନ୍‌ରେ ସ୍ଥାନ ପାଇ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ବିରାଟ କୋହଲି ଓ ଶିଖର ଧଓ୍ଵନ ଟପ୍‌ ଟେନ୍‌ର ନିକଟତର ହୋଇ ୧୧ ଓ ୧୩ତମ ସ୍ଥାନରେ ରହିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ପରେ ଆଇସିସି ଟି-୨୦ ରାଙ୍କିଙ୍ଗରେ ପରିବର୍ତ୍ତନ ହୋଇଛି। ବିରାଟ ଏହି ସିରିଜର ପ୍ରଥମ ମ୍ୟାଚରେ ୭୨ ରନ କରି ଉପରକୁ ଉଠିଥିବା ବେଳେ ଧଓ୍ଵନ ଦୁଇଟି ମ୍ୟାଚରେ ୩୬ ଓ ୪୦ରନ କରି ଉପରକୁ ଉଠିଛନ୍ତି।

ଏହାସହ ରୋହିତ ଶର୍ମା ୬୬୪ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ଇଂଲଣ୍ଡର ଆଲେକ୍ସ ହେଲଙ୍କ ସହ ସମାନ ସ୍ଥିତିରେ ରହିଛନ୍ତି। ତେବେ ଆଗାମୀ ଟି-୨୦ ମ୍ୟାଚରେ ଭାରତର ଏହି ଖେଳାଳିମାନେ ନିଜ ସ୍ଥାନରେ ବଡ଼ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଛି।

Comment