ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକା ଗସ୍ତରୁ ଫେରିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିଜେପି କର୍ମୀ ଏବଂ ନେତା ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ମୋଦୀ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ କଥା ମନେପକାଇଥିଲେ।

‘‘ଆଜି ହେଉଛି ସେପ୍ଟେମ୍ବର ୨୮। ୨୦୧୬ ସେପ୍ଟେମ୍ବର ୨୮ରେ ଭାରତ ପାକିସ୍ତାନରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍‌। ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ରାତିରେ ମୁଁ ସାରା ରାତି ଶୋଇ ନଥିଲି। ବାରମ୍ବାର ଫୋନ୍‌କୁ ଦେଖୁଥିଲି। ଏହି ରାତିରେ ଭାରତୀୟ ବୀର ଯବାନ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଥିଲେ। ସର୍ଜିକାଲ ଷ୍ଟ୍ରାଇକ୍‌ କରି ଭାରତର ପରାକ୍ରମକୁ ସାରା ବିଶ୍ୱକୁ ଦେଖାଇଥିଲେ ଭାରତୀୟ ଯବାନ’’, କହିଥିଲେ ମୋଦୀ।

‘‘୨୦୧୬ ସେପ୍ଟେମ୍ବର ୨୮ ରାତିରେ ଯେଉଁ ବୀର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ସର୍ଜିକାଲ ଷ୍ଟ୍ରାଇକ କରି ପରାକ୍ରମ ଦେଖାଇଥିଲେ ସେମାନଙ୍କୁ ମୁଁ ପ୍ରଣାମ ଜଣାଉଛି’’, କହିଥିଲେ ମୋଦୀ।

ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଥିଲେ।

୨୦୧୬ ସେପ୍ଟେମ୍ବର ୧୮ରେ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ଉରୀ ସେକ୍ଟରରେ ଅନୁପ୍ରବେଶ କରି ଭାରତୀୟ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ୧୮ ଜଣ ଯବାନ ସହିଦ ହୋଇଥିଲେ। ଏହାର ଜବାବ ଭାରତୀୟ ସେନା ସେପ୍ଟେମ୍ବର ୨୮ରେ ଦେଇଥିଲେ। ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ବିନାଶ କରିଥିଲେ।

Comment