ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜୁନାଗଡ-ଭୁବନେଶ୍ଵର ଲିଙ୍କ୍ ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏବେ ରାୟଗଡା ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ରାୟଗଡା ଯୁବ ବିକାଶ ପରିଷଦ ପକ୍ଷରୁ ଶତାଧିକ କର୍ମୀମାନେ ୧୨ ଘଣ୍ଟିଆ ଅନଶନରେ ବସିଛନ୍ତି।

ଗତ କିଛି ଦିନ ତଳେ ଜୁନାଗଡ ଲିଙ୍କ୍ ଏକ୍ସପ୍ରେସକୁ ଭାୟା ରାୟଗଡା ଦେଇ ଭୁବନେଶ୍ଵର ଯିବା ପରିବର୍ତ୍ତେ ଟିଟଲାଗଡ, ସମ୍ବଲପୁର ଓ ଭୁବନେଶ୍ଵର ଯିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ପଦକ୍ଷେପକୁ ଯୁବ ବିକାଶ ପରିଷଦ ବିରୋଧ କରିଛି।

ଏନେଇ ଗତ ୨୭ ତାରିଖରେ ରାୟଗଡା ଷ୍ଟେସନ୍ ମ୍ୟାନେଜରଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଏକ ଦାବି ପତ୍ର ଦିଆଯାଇଥିବା ବେଳେ ଜୁନାଗଡ ଲିଙ୍କ୍ ଏକ୍ସପ୍ରେସର ଗତିପତ ପରିବର୍ତ୍ତନ କରାନଯାଉ ବୋଲି କୁହାଯାଇଥିଲା। ତେବେ ଆଗାମୀ ଦିନରେ ଟ୍ରେନର ଗତିପଥ ପରିବର୍ତ୍ତନ କଲେ ଆନ୍ଦୋଳନକୁ ତୀବ୍ର କରାଯିବା ସହ ରାୟଗଡା ଷ୍ଟେସନ୍ ଦେଇ କୌଣସି ମାଲବାହୀ କିମ୍ବା ପାସେଞ୍ଜର ଟ୍ରେନକୁ ପୁରାଇ ଦିଆଯିବ ନାହିଁ ବୋଲି ଯୁବ ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

Comment