ଓଡ଼ିଶାଲାଇଭ ବ୍ୟୁରୋ

ଦ୍ଵିତୀୟ କାର୍ଯ୍ୟକାଳରେ ଚତୁର୍ଥ ଥର ପାଇଁ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ସେ ନବରାତ୍ରୀ ପାଇଁ ଦେଶ ବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ନବରାତ୍ରୀ ପାଇଁ ଅଭିନ୍ଦନ ଜଣାଇ ସେ କହିଛନ୍ତି, “ନବରାତ୍ରୀ ମହୋତ୍ସବ ପାଇଁ ସମସ୍ତଙ୍କୁ ଅଭିନନ୍ଦନ। ନବରାତ୍ରୀ, ଦଶହରା ଛଡ଼ା ଆଗକୁ ଆସୁଥିବା ସମସ୍ତ ପର୍ବ ପାଇଁ ମଧ୍ୟ ଅନେକ ଶୁଭେଚ୍ଛା।”

ଏହାସହ ସେ ଲତା ମଙ୍ଗେସକରଙ୍କ ୯୦ ତମ ଜନ୍ମଦିନର ଅଭିନନ୍ଦନ ଜଣାଇ କହିଛନ୍ତି, “ବିଦେଶ ଗସ୍ତ ସମୟରେ ଲତା ଜୀଙ୍କ ସହ ମୋର ଫୋନରେ କଥା ହୋଇଥିଲା। ସେ ସମୟରେ ତାଙ୍କୁ ଜନ୍ମଦିନର ଆଗୁଆ ଶୁଭେଚ୍ଛା ମଧ୍ୟ ଦେଇଥିଲି।”

‘ଏକଜାମ୍‌ ଓ୍ଵାରିୟର’ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ ମୋଦୀ। ଏହାସହ ଛାତ୍ରଛାତ୍ରୀଙ୍କ ପୁସ୍ତକ ପଠନ ମନୋଭାବକୁ ବିକଶିତ କରିବାକୁ ‘ଏକଜାମ୍‌ ଓ୍ଵାରିୟର’ ପୁସ୍ତକର ଦ୍ଵିତୀୟ ସଂସ୍କରଣ କରିବାକୁ ମନବଳାଇଛନ୍ତି ମୋଦୀ।

ସେ ତମାଖୁ ସେବନର ଭୟାବହତା ସଂପର୍କରେ ଯୁବ ପିଢ଼ିଙ୍କୁ ଅବଗତ କରାଇଥିଲେ। ଇ-ସିଗାରେଟକୁ ଭାରତ ବ୍ୟାନ କରିଛି। ଏହାର ଭୟାବହତାକୁ ନେଇ ସମସ୍ତଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଫିଟ ଇଣ୍ଡିଆରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ମୋଦୀ।

Comment