ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପି ଆଜି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସନତ ଗଡ଼ତିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ନୂଆଦିଲ୍ଲୀରେ ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକରେ ଗଡ଼ତିଆଙ୍କ ନାଁ ଉପରେ ମୋହର ବାଜିଛି।

ସନତ ଗଡ଼ତିଆ ୨୦୦୯ରେ ବିଜେପୁରରେ ବିଜେପି ପ୍ରାର୍ଥୀ ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ସନତ ୫୩ ହଜାର ଭୋଟ ପାଇଥିଲେ। ଏଥର ତାଙ୍କୁ ପୁଣି ବିଜେପି ପ୍ରାର୍ଥୀ କରିଛି।

ସନତ ଗଡ଼ତିଆ ବିଜେଡିର ରୀତା ସାହୁ ଏବଂ କଂଗ୍ରେସର ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଟକ୍କର ଦେବେ। ଆସନ୍ତା ୩୦ ତାରିଖରେ ସନତ ପ୍ରାଥିପତ୍ର ଦାଖଲ କରିବେ।

ବିଜେପୁର ଉପ-ନିର୍ବାଚନ ଅକ୍ଟୋବର ୨୧ରେ ହେବ ଏବଂ ୨୪ରେ ଫଳାଫଳ ପ୍ରକାଶ ପାଇବ।

ବିଜେପି ପ୍ରାର୍ଥୀ ହେବା ପାଇଁ ଅଶୋକ ପାଣିଗ୍ରାହୀ ଏବଂ ସନତ ଗଡ଼ତିଆ ଆଶାୟୀ ଥିଲେ। ୨୦୧୮ ଉପ-ନିର୍ବାଚନରେ ଅଶୋକ ବିଜେପିର ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Comment