ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର କେନ୍ଦ୍ରାପଡ଼ାରେ ଲାଗୁ ହୋଇପାରେ ଜାତୀୟ ନାଗରିକ ସଂହିତ(ଏନ୍‌ଆର୍‌ସି)। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଭାରତର ରେଜିଷ୍ଟ୍ରାର ଜେନେରାଲ(ଆର୍‌ଜିଆଇ)ଙ୍କୁ ଚିଠି ଲେଖିଛନ୍ତି।

ଗତ ବର୍ଷ ନଭେମ୍ବର ମାସରେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌କ୍ୟୁରୀ ମୋହିତ ଅଗ୍ରୱାଲ କେନ୍ଦ୍ରାପଡ଼ାରେ ଏନ୍‌ଆର୍‌ସି ପାଇଁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ଜାନୁଆରୀ ୨୧ରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବା ପାଇଁ କହିଥିଲେ।

ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଭାରତୀୟ ରେଜିଷ୍ଟ୍ରାର ଜେନେରାଲ (ଆର୍‌ଜିଆଇ)ଙ୍କୁ ଜଣାଇଛି। ତେବେ ଆର୍‌ଜିଆଇରୁ ସବୁଜ ସଙ୍କେତ ମିଳିଲେ କେନ୍ଦ୍ରାପଡ଼ାରେ ଏନ୍‌ଆର୍‌ସି ଲାଗୁ ହେବ।

Comment