ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍। ତିନି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ବୁଧବାର ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏହି ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜ୍ ଆରମ୍ଭ ହେବ। ବିଶାଖାପାଟଣାର ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏହି ସିରିଜ ପାଇଁ ଭାରତୀୟ ଦଳ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି।

ଦଳରେ ଓପନର ଭାବେ ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରୱାଲ୍ ଦଳରେ ସାମିଲ ହୋଇଛନ୍ତି। ଏହାପରେ ଚେତେଶ୍ୱର ପୂଜାରା, ଅଧିନାୟକ ବିରାଟ କୋହଲି, ଆଜ୍ୟିଙ୍କ ରାହାଣେଙ୍କ ସହ ହନୁମା ବିହାରୀ ଦଳର ବ୍ୟାଟିଂ ନେତୃତ୍ୱ ନେବେ। ସେହିପରି ୱିକେଟ କିପର ଭାବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଦ୍ଧିମାନ ଶାହ।

ଅନ୍ୟପଟେ ସ୍ପିନ ଅଲରାଉଣ୍ଡର ଭାବେ ଦଳରେ ଅଫ ସ୍ପିନର ଆର୍.ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହାତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ବର୍ତ୍ତମାନ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଦଳର ପେସ୍ ବୋଲିଂ ନେତୃତ୍ୱ ନେବେ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଇଁ ବ୍ୟାଟିଂ ଭାର ସମ୍ଭାଳିବେ ଅଧିନାୟକ ଫାପ୍ ଡୁ ପ୍ଲେସିସ୍। ତାଙ୍କସହ ତେମ୍ବା ବାଭୁମା, ମାର୍କରମ, ଡିନ୍ ଏଲଗାର ଓ କ୍ୱିଣ୍ଟନ ଡି କକ୍। ଅନ୍ୟପଟେ ବୋଲିଂରେ ଦଳର ନେତୃତ୍ୱ ନେବେ ଦ୍ରୁତ ବୋଲର କାଗିସୋ ରାବାଡ଼ା। ତାଙ୍କ ସହ ଫିଲାଣ୍ଡର ଓ କେଶବ ମହାରାଜ ଦଳର ବୋଲିଂ ଭାର ସମ୍ଭାଳିବେ।

ଏହି ସିରିଜ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଅଂଶବିଶେଷ ରହିବ।

Comment