ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ରୋହିତ ଶର୍ମା। ଭାରତୀୟ ସୀମିତ ଓଭର କ୍ରିକେଟରେ ଏହି ସଫଳ ଓପନର ଟେଷ୍ଟରେ ମଧ୍ୟ ଇଂନିସ୍ ଓପନ କରି ଶତକ ଅର୍ଜନ କରିଛନ୍ତି।
ବିଶାଖାପାଟଣାରେ ଚାଲିଥିବା ଏହି ପ୍ରଥମ ଟେଷ୍ଟରେ ପ୍ରଥମ ସେସନରେ ନିଜର ଅର୍ଦ୍ଧଶତକ ଅର୍ଜନ କରିନେଇଥିଲେ। ଏହାପରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସେସନରେ ହିଁ ରୋହିତ ନିଜର ଶତକ ଅର୍ଜନ କରିନେଇଛନ୍ତି। ଦଳର ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଚତ୍ମକାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି।

ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ଅଭ୍ୟାସ ମ୍ୟାଚରେ ରୋହିତ ବିନା କୌଣସି ରନରେ ଆଉଟ୍ ହୋଇଯାଇଥିଲେ। ଏହାପରେ ତାଙ୍କୁ ଟେଷ୍ଟରେ ଓପନିଂ କରିବା କଥାକୁ ନେଇ ଚିନ୍ତା ଦେଖାଯାଇଥିଲା। ତେବେ ବର୍ତ୍ତମାନ ସେ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି।


















