ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ପକ୍ଷରୁ ବସ୍ ଯାତ୍ରୀଙ୍କ ପାଇଁ ଟୋଲ ଫ୍ରି ହେଲ୍ପଲାଇନ ଜାରି କରାଯାଇଛି। ଏହା ମାଧ୍ୟମରେ ଯାତ୍ରୀମାନେ ନିଜ ଅଭିଯୋଗ ଜଣାଇ ପାରିବେ। ୧୮୦୦-୩୪୫-୧୧୧୨୨ ଏହି ନମ୍ଵରରେ ଯାତ୍ରୀମାନେ ନିଜ ଅଭିଯୋଗ ଜଣାଇବେ।
ଏହି ନମ୍ଵରରେ ୨୪ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣାଯିବ। ଏହା ଭୁବନେଶ୍ଵରସ୍ଥିତ ଓଏସଆରଟିସି ଅଫିସ, ପରିବହନ ଭବନରୁ ପରିଚାଳିତ ହେବ। ଏଥିରେ ଅଭିଯୋଗ ସହ ଫିଡ୍ବ୍ୟାକ ମଧ୍ୟ ଗ୍ରହଣ କରାଯିବ ବୋଲି ଓଏସଆରଟିସି ସୂଚନା ଦେଇଛି।