ଓଡ଼ିଲାଇଭ ବ୍ୟୁରୋ


ସମ୍ପର୍କୀୟ ୨୨ ବର୍ଷୀୟ ଅଜା ୭ ବର୍ଷର ନାତୁଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁଟି ତାଙ୍କ ମାମୁ ଘରକୁ ଦୁର୍ଗା ପୂଜା ଦେଖି ଆସିଥିବା ବେଳେ ଆଇସ୍କ୍ରିମ ଦେବା ଲୋଭ ଦେଖାଇ ଶିଶୁଟିକୁ ନିଜ ଘରକୁ ଡାକି ନେଇ ଅଜା ଦୁଷ୍କର୍ମ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

ଜଣେ ୭ ବର୍ଷୀୟା ଶିଶୁ କନ୍ୟା ତାଙ୍କ ମା ସହିତ ମାମୁ ଘରକୁ ବୁଲି ଆସିଥିଲେ। ଦୁର୍ଗାପୁଜା ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ପଞ୍ଚାନନ ନାମକ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିଲା। ଶିଶୁଟିକୁ ଆଇସ୍କ୍ରିମ ଖୁଆଇବାର ଲୋଭ ଦେଖାଇ ଆଶ୍ରମ ପାଖକୁ ଲାଗିଥିବା ନିଜ ଘରକୁ ଡାକି ନେଇ ଘରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା।

ଶିଶୁଟି ଚିତ୍କାର କରିବାରୁ ଲୋକମାନେ ଦୌଡ଼ିକି ପଞ୍ଚାନନ ଘରକୁ ଆସିଥିଲେ। ଏହାକୁ ଦେଖି ପଞ୍ଚାନନ ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ପରିବାର ଲୋକ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ।

ପରେ ଡେରାବିଶ ପୋଲିସ ଅଭିଯୁକ୍ତ ପଞ୍ଚାନନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପଞ୍ଚାନନ ବିରୋଧରେ ଆଇପିସିର ଧାରା ଏବି ଓ ୬ ପୋକ୍ସ ଆକ୍ଟରେ ମାମଲା ଋଜୁ ହୋଇଛି।

Comment