ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ପରେ ବିବାହ କରିନଥିଲେ ଯୁବକ। ଏହାକୁ ନେଇ ଥାନାରେ ଦ୍ଵାରସ୍ଥ ଥିଲେ ଯୁବତୀ। ଆଜି ଏହି ମାମଲାର ଶୁଣାଣି କରି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥାନା କେଉଟପଲ୍ଲୀ ଗ୍ରାମର ଟୁଡୁ ନନ୍ଦକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଫାଷ୍ଟଟ୍ରାକ୍ କୋର୍ଟ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଥାନା କେଉଟପଲ୍ଲୀ ଗ୍ରାମର ଟୁଡୁ ନନ୍ଦ ନୟାଗଡ଼ ଜିଲ୍ଲା ମାଛିପଡ଼ା ଗ୍ରାମର ଏକ ଚୁଡ଼ା ମିଲ୍‌ରେ କାମ କରୁଥିଲା। ଏହି ସମୟରେ ଶରଣକୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଟୁଡୁର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ଟୁଡୁ ନନ୍ଦ। ଯୁବତୀ ଜଣକ ଗର୍ଭବତୀ ହେବାରୁ ଟୁଡୁକୁ ବିବାହ କରିବାକୁ ବାଧ୍ୟ କରିଥିଲେ। ପୂର୍ବରୁ ଟୁଡୁ ବିବାହିତ ଥିବାରୁ ସେ ବିବାହ କରିବାକୁ ମନା କରିଦେଇଥିଲା।

ଏହା ପରେ ଯୁବତୀ ଜଣକ ଟୁଡୁ ନନ୍ଦ ବିରୋଧରେ ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଶରଣକୁଳ ଥାନା ପୋଲିସ ଟୁଡୁ ନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଶୁଣାଣି କରିଛନ୍ତି ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ। କୋର୍ଟ ଟୁଡୁ ନନ୍ଦକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

Tags: #Nayagarh #Court #Judgment #Culprit #Jail

LEAVE A REPLY

Please enter your comment!
Please enter your name here