ଓଡ଼ିଶାଲାଇଭ ବ୍ୟୁରୋ

କ୍ୟାପିଟାଲ ହସ୍ପିଟାଲ ଆଶୁଚିକିତ୍ସା କେନ୍ଦ୍ରରୁ ହଟିବ ପାର୍କିଂ। ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ରହୁଥିବା ଆମ୍ଵୁଲାନ୍ସ, ଅଟୋ ଓ ବାଇକକୁ ହଟାଯିବ। କେନ୍ଦ୍ର ସାମ୍ନାରେ ହେଉଥିବା ଭିଡ଼କୁ କମାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ହସ୍ପିଟାଲ କର୍ତ୍ତୃପକ୍ଷ।
ହସ୍ପିଟାଲ ପ୍ରବେଶ ଦ୍ଵାରରୁ ଆଶୁ ଚିକିତ୍ସା କେନ୍ଦ୍ର ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରେ ପାର୍କିଂ ବଢ଼ିବାରେ ଲାଗିଛି। ପୂର୍ବରୁ ହସ୍ପିଟାଲ ପରିସର ଓ ପ୍ରଶାସନିକ ବିଲଡିଂ ପାଖରେ ପାର୍କିଂ କରାଯାଉଥିଲା। ସେଠାରେ ବର୍ତ୍ତମାନ ଗେଟ୍ ଲାଗିବା ସହ ସୁରକ୍ଷା କର୍ମୀ ନିୟୋଜିତ ହେବା ଫଳରେ ରାସ୍ତା କଡ଼ରେ ପାର୍କିଂ ବଢ଼ି ଚାଲିଛି।
ଏହା ଯୋଗୁଁ ଆମ୍ଵଲାନ୍ସ ଯିବା ଆସିବା ପାଇଁ ଅନେକ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ହସ୍ପିଟାଲ ମଧ୍ୟରେ ଦୁଇଟି ପାର୍କିଂ ଥିଲେ ମଧ୍ୟ ଟିକେଟ ଯୋଗୁଁ ଏଠାରେ ଲୋକମାନେ ପାର୍କିଂ କରୁ ନାହାନ୍ତି।


















