ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବାସୀଙ୍କ ପାଇଁ ଖୁସି ଖବର। ଏଣିକି ନୟାଗଡ଼ରୁ ଭୁବନେଶ୍ୱରକୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍। ସେବା ସର୍ଭିସ ଏକ୍ସପ୍ରେସ ନାଁରେ ଏକ ଟ୍ରେନ ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଯାତାୟାତ କରିବ।

ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଏହି ଏକ୍ସପ୍ରେସ୍ ଟ୍ରେନ ଚଳାଚଳ କରିବ। ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥର ଏହି ଟ୍ରେନ ପ୍ରତିଦିନ ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ। ଏହି ଏକ୍ସପ୍ରେସ ସନ୍ଧ୍ୟା ୬ଟା ୪୦ମିନିଟରେ ଭୁବନେଶ୍ୱରରୁ ବାହାରି ରାତି ୮ଟା ୪୫ ମିନିଟରେ ନୟାଗଡ଼ରେ ପହଞ୍ଚିବ। ସେହିପରି ତା ପରଦିନ ସକାଳ ୬ଟା ୩୦ମିନିଟରେ ନୟାଗଡ଼ରୁ ବାହାରି ସକାଳ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବ।

Comment