ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ମୁଦ୍ରା ନୀତିକୁ ସମୀକ୍ଷା କରିବା ସହ ତା’ର ରେପୋ ରେଟ୍‌କୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଛି। ଫଳରେ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସୁଧହାରକୁ ମଧ୍ୟ କମାଇବେ ବୋଲି ଅନୁମାନ କରାଯାଉଛି। ଲୋକମାନେ କମ୍ ସୁଧହାରରେ ୠଣ ପାଇପାରିବେ। ରେପୋ ରେଟ୍‌ କମିବା ହେତୁ ଇଏମଆଇ ମଧ୍ୟ ଶସ୍ତା ହେବ। ଏଥିଯୋଗୁଁ ଲୋକମାନେ ଘର ଓ ଗାଡ଼ି ବାବଦରେ ଶସ୍ତାରେ ଋଣ ପାଇପାରିବେ।

ଏହି ଥରକୁ ମିଶାଇ ଚଳିତବର୍ଷ ସୁଧହାରରେ ମୋଟ ୧.୩୫ ପ୍ରତିଶତ ହ୍ରାସ ହେବା ସହ ରେପୋ ରେଟ ମଧ୍ୟ ହ୍ରାସ ପାଇ ୫.୧୫ ପ୍ରତିଶତରେ ପହଞ୍ଚିଛି |

ରେପୋ ରେଟ କ’ଣ ?

ରେପୋ ରେଟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ଦର | ଏହି ଦର ବା ରେଟକୁ ଭିତ୍ତି କରି ଅନ୍ୟ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କ ପାଖରୁ ଋଣ ନେଇଥା’ନ୍ତି | ଏହି ଦର ଲଗାତର ହ୍ରାସ ହେବା ଫଳରେ ବ୍ୟାଙ୍କମାନେ ଲୋକମାନଙ୍କୁ ମଧ୍ୟ କମ୍ ସୁଧରେ ଋଣ ପ୍ରଦାନ କରିପାରିବେ | ରିଜର୍ଭ ବ୍ୟାଙ୍କର ଛଅ ଜଣ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି (ଏମପିସି) ଏହି ସମସ୍ତ ବିଷୟର ନିଷ୍ପତି ନେଇଥାଏ

ରେପୋ ରେଟରେ ହୋଇଥିବା ଏହି ପତନର ଫାଇଦା ଲୋକମାନେ ଦୀପାବଳି ପୂର୍ବରୁ ସିଧାସଳଖ  ଭାବେ ପାଇପାରିବେ ବୋଲି ଅନୁମାନ କରାଯାଉଛି | ଦେଶରେ ଚାରିଆଡ଼େ ମାନ୍ଦାବସ୍ଥାର ଚର୍ଚ୍ଚା ଚାଲିଥିବା ବେଳେ ରେପୋ ରେଟରେ ଆରବିଆଇ କରିଥିବା ଏହି କାଟ ନିଶ୍ଚିନ୍ତ ଭାବେ ବଜାର ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ |

Comment