ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମା’ ରାଣ୍‌’, ‘ଚକମାଚୂର’, ‘ଫୁଲ ବୋବାଲ’ ଏ ହେଉଛି ହର ପଟ୍ଟନାୟକଙ୍କ କେତକ ଅଭୁଲା ଡାଇଲଗ୍‌, ଯାହାକୁ ଏବେବି ମନେ ରଖିଛନ୍ତି ଦର୍ଶକ। ଓଲିଉଡର ଏହି ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ଆଜି ଯଦି ସେ ଆମ ଗହଣରେ ଥା’ନ୍ତେ ତେବେ ସେ ତାଙ୍କର ୬୧ତମ ଜନ୍ମଦିନ ପାଳୁଥାନ୍ତେ।

ଆଜି ତାଙ୍କ ଜନ୍ମଦିନରେ ପୁଣିଥରେ ଦର୍ଶକ ତାଙ୍କୁ ମନେ ପକାଇଛନ୍ତି। ତାଙ୍କ ଚମତ୍କାର ଅଭିନୟ ଯୋଗୁଁ ସେ ଦର୍ଶକଙ୍କ ନିକଟରେ ଏବେ ବି ଅମର ରହିଛନ୍ତି।

ପରଦାରେ ସିନା ହର ସବୁବେଳେ ଜଣେ ଖଳନାୟକ ଭୂମିକାରେ ନଜର ଆସନ୍ତି ବାସ୍ତବ ଜୀବନରେ ହର ସିଧାସାଧା ସରଳ ବ୍ୟକ୍ତିତ୍ୱ ଥିଲେ। ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ ହର। ସେ ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ହେଲା ପାଗଳ ପ୍ରେମୀ, କଳ୍କୀ ଅବତାର ,ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର। ଏହି ଫିଲ୍ମଗୁଡ଼ିକ ମଧ୍ୟ ସୁପରହିଟ୍‌ ହୋଇଥିଲା।

ହରଙ୍କ ପ୍ରଥମ ଅଭିନୀତ ଫିଲ୍ମ ଥିଲା ‘ଜୀବନ ସଂଗ୍ରାମ’। ଏହି ଫିଲ୍ମ ଜରିଆରେ ଓଲିଉଡରେ ଡେବ୍ୟୁ କରିବା ପରେ ହର ଆଉ ପଛକୁ ଚାହିଁ ନଥିଲେ।

LEAVE A REPLY

Please enter your comment!
Please enter your name here