ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵରେ କ୍ରିକେଟ ଖେଳରେ ବେଶ ଲୋକପ୍ରିୟତା ରହିଛି। ବିଭିନ୍ନ ଦେଶରେ ଏମତି କିଛି ଖେଳାଳି ଅଛନ୍ତି ଯେଉଁମାନେ କ୍ରିକେଟ ଖେଳରୁ ସିଧା ଅମ୍ପାୟାର ହୋଇଛନ୍ତି। କ୍ରିକେଟରେ ନିଜ ଯାଦୁ ଦେଖାଇବା ପରେ ବର୍ତ୍ତମାନ ପଡ଼ିଆ ମଧ୍ୟରେ ନିଜ ଅଭିଜ୍ଞତା ଦେଖାଉଛନ୍ତି। ବିଭିନ୍ନ ଦେଶରେ ଏମତି କିଛି ଖେଳାଳି ରହିଛନ୍ତି ଆସନ୍ତୁ ଜାଣିବା ସେମତି କିଛି ଖେଳାଳିଙ୍କ ବିଷୟରେ।

ଶ୍ରୀନିବାସ ଭେଙ୍କଟରାଘବନ୍‌

ଟିମ୍‌ ଇଣ୍ଡିଆର ପୂର୍ବତନ ଅଫସ୍ପିନର ଓ ଅଧିନାୟକ ଶ୍ରୀନିବାସନ ଭେଙ୍କଟରାଘବନ୍‌ ୧୯୬୫ରୁ ୧୯୮୩ ପର୍ଯ୍ୟନ୍ତ କ୍ରିକେଟ ଖେଳିଛନ୍ତି। ଏହି ୧୮ ବର୍ଷର କ୍ୟାରିୟର ମଧ୍ୟରେ ସେ ୫୭ ଟେଷ୍ଟ ୧୫ ଦିନିକିଆରେ ଦେଶ ପାଇଁ କ୍ରିକେଟ ଖେଳିଛନ୍ତି। ପରେ ଖରାପ ଫର୍ମ ଯୋଗୁଁ କ୍ରିକେଟ ଖେଳରୁ ଦୂରେଇ ରହିଥିଲେ। ଏହାର ଠିକ୍‌ ବର୍ଷେ ପରେ ସେ ଅନ୍ତର୍ଜାତୀୟ ଅମ୍ପାୟାର ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୭୩ ଟେଷ୍ଟ ଓ ୫୨ ଦିନିକିଆରେ ଅମ୍ପାୟାର ରହିଛନ୍ତି।

କୁମାର ଧର୍ମସେନା

୧୯୯୩ରୁ ୨୦୦୪ ପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳରେ ଖେଳିଥିଲେ କୁମାର ଧର୍ମସେନା। ୧୯୯୬ରେ ବିଶ୍ଵକପ ବିଜେତା ଶ୍ରୀଲଙ୍କା ଦଳରେ ସେ ରହିଥିଲେ। ଦଳରେ ଅଫସ୍ପିନ ବୋଲିଂ ସହ ନିମ୍ନକ୍ରମରେ ବ୍ୟାଟିଂ କରିଥାନ୍ତି। ସେ ୩୧ ଟେଷ୍ଟ ଓ ୧୪୧ ଦିନିକିଆ ମ୍ୟାଚରେ ସେ ଶ୍ରୀଲଙ୍କା ପାଇଁ ପ୍ରତିନିଧିତ୍ଵ କରିଥିଲେ। ଏହାପରେ ସେ  ଅମ୍ପାୟାରିଂ କରିଥିଲେ। ୨୦୦୯ରେ ଭାରତ-ଶ୍ରୀଲଙ୍କା ମ୍ୟାଚରେ ପ୍ରଥମ ଅମ୍ପାୟାର ରହିଥିଲେ। ବର୍ତ୍ତମାନ ଧର୍ମସେନା ଜଣେ ଶ୍ରେଷ୍ଠ ଅମ୍ପାୟାର ହୋଇ ପରିଛନ୍ତି। ଏଥିପାଇଁ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ଯାଏଁ ସେ ୫୧ଟେଷ୍ଟ ୮୪ ଦିନିକିଆ ଓ ୨୨ ଟି-୨୦ରେ ଅମ୍ପାୟାର ହୋଇଛନ୍ତି।

ପିଟର ଓ୍ଵିଲି

ଇଂଲଣ୍ଡର ପୂର୍ବତନ ଅଫ ସ୍ପିନର ଓ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ପିଟର ଓ୍ଵିଲି ଏବେ ଅମ୍ପାୟାର ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ସେ ୧୯୯୬ରୁ ୨୦୦୩ ପର୍ଯ୍ୟନ୍ତ ପିଟର ଅମ୍ପାୟାର ରହିଥିଲେ। ୧୯୭୬ରୁ ୧୯୮୬ ପର୍ଯ୍ୟନ୍ତ ସେ ଇଂଲଣ୍ଡ ପାଇଁ ୨୩ ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳିଥିଲେ। ଏହାପରେ ସେ ଅମ୍ପାୟାରିଂ ପାଇଁ ଯୋଗ ଦେଇଥିଲେ। ସେ ୨୫ ଟେଷ୍ଟ ୩୪ ଦିନିକିଆରେ ଅମ୍ପାୟାର ରହିଛନ୍ତି।

Comment