ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଟେଷ୍ଟ ରାଙ୍କିଙ୍ଗରରେ ପ୍ରଥମ ସ୍ଥାନରୁ ମାତ୍ର ୨ ପଏଣ୍ଟ ଦୂରରେ ବିରାଟ କୋହଲି। ବର୍ତ୍ତମାନ ଟେଷ୍ଟରେ ନମ୍ବର ୱାନ୍ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥଙ୍କଠାରୁ ସେ ମାତ୍ର ଦୁଇ ପାଦ ପଛରେ ଅଛନ୍ତି। ଏକ ନମ୍ଵର ସ୍ଥାନକୁ ଯିବାକୁ ହେଲେ ତାଙ୍କୁ ଆଉ ୨ ପଏଣ୍ଟର ଆବଶ୍ୟକତା ରହିଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ଆଇସିସି ତାର ନୂଆ ରାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଛି। ଏଥିରେ ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ନମ୍ବର ୱାନରେ ଥିଲେ ଷ୍ଟିଭ୍ ସ୍ମିଥ୍। ତାଙ୍କ ପାଖରେ ମୋଟ୍ ୯୩୭ ପଏଣ୍ଟ ରହିଛି।

ବିରାଟ କୋହଲି ଏବେ ୯୩୬ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେଣୁ କୋହଲି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରି ଆଉ ଦୁଇ ପଏଣ୍ଟ ହାସଲ କଲେ ସେ ଟେଷ୍ଟରେ ନମ୍ବର ୱାନ୍ ସ୍ଥାନ ପାଇପାରିବେ ବୋଲି କୁହାଯାଉଛି।

କୋହଲିଙ୍କୁ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ପ୍ରଥମ ସ୍ଥାନକୁ ଆସିବାର ଏହା ଏକ ଭଲ ସୁଯୋଗ। ଗତ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ୨୫୪ରନର ଅପରାଜିତ ଇଂନିସ ଖେଳିଥିଲେ। ଭାରତ ଏହି ଟେଷ୍ଟ ମ୍ୟାଚଟିକୁ ଗୋଟିଏ ଇଂନିସ ଓ ୧୩୭ ରନରେ ବିଜୟୀ ହୋଇଥିଲା।

Comment