ଓଡ଼ିଶାଲାଇଭ ବ୍ୟୁରୋ

ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଓକିଲ ସଂଘ। ବୁଧବାର ଓ ଗୁରୁବାର ଦୁଇ ଦିନ ବଲାଙ୍ଗିର ବନ୍ଦ ରହିବ। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ଦୁଇ ଦିନ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ଗାଡ଼ି ଚଳାଚଳ, ଦୋକାନ ବଜାର ଓ ସ୍କୁଲ, କେଲଜ ସବୁ ଖୋଲା ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ତେବେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସେପ୍ଟେମ୍ଵର ୧୮ ତାରିଖରେ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା।

Comment