ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ପରେ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ହେବ ଜବରଦଖଲ। ଏନେଇ ସ୍କ୍ୱାଡ୍‌ ପକ୍ଷରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା। ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ, ଆର୍‌ ଆଣ୍ଡ ବି, ମନ୍ଦିର ଟ୍ରଷ୍ଟ ବୋର୍ଡକୁ ନେଇ ଗଠିତ ସ୍କ୍ୱାଡ୍‌ ଆଜି ଏହି ସର୍ଭେ ଆରମ୍ଭ କରିଥିଲେ।

ଖୁବ୍‌ଶୀଘ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରର ଉନ୍ନତୀକରଣ ପାଇଁ ନୂଆ ଆଇନ୍‌ ଆସୁଛି। ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ। ପ୍ରଥମ ପର୍ଯ୍ୟାୟରେ ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର, କୋର୍ଟତୀର୍ଥ ମନ୍ଦିର ଅଞ୍ଚଳକୁ ସାମିଲ କରାଯିବ।

ଭୁବନେଶ୍ୱର ୟୁନିଟ୍‌ ୨୭ ଓ ୟୁନିଟ୍‌ ୨୮ରେ ଜମି ଚିହ୍ନଟ କରାଯିବ। ଲିଙ୍ଗରାଜଙ୍କ ଜମି ଥିବା ଦୁଇଟି ମୌଜା ୟୁନିଟ୍‌ ୨୭ ଓ ୟୁନିଟ ୨୮ରେ ବି ଜମି ଚିହ୍ନଟ କରାଯିବ।

Comment