ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଲଞ୍ଚ୍‌ ହେବାର ଗୋଟିଏ ମାସ ମଧ୍ୟରେ କମିଲା ‘ଓପୋ ଏ୯ ୨୦୨୦’ ସ୍ମାର୍ଟଫୋନର ମୂଲ୍ୟ। କମ୍ପାନି ଏହାର ୪ଜିବି ରାମ୍‌ ଭାରିଏଣ୍ଟର ମୂଲ୍ୟ ୧ ହଜାର ଟଙ୍କା ପର୍ଯ୍ୟନ୍ତ କମାଇ ଦେଇଛି। ବର୍ତ୍ତମାନ ଏହାକୁ ଗ୍ରାହକ ୧୫,୯୯୦ ଟଙ୍କାରେ କିଣି ପାରିବେ। ‘ଓପୋ ଏ୯ ୨୦୨୦’ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ଅଫଲାଇନ୍‌ ଷ୍ଟୋରରେ ଶସ୍ତା ଦାମ୍‌ରେ ମିଳିବ।

ଭାରତରେ ଲଞ୍ଚ ହେବା ପରେ ‘ଓପୋ ଏ୯ ୨୦୨୦’ ସ୍ମାର୍ଟଫୋନର ୪ ଜିବି ରାମ୍‌ ଭାରିଏଣ୍ଟର ମୂଲ୍ୟ ୧୬,୯୯୦ଟଙ୍କା ଥିଲା। ବର୍ତ୍ତମାନ ଏହା ୧୫୯୯୦ ଟଙ୍କାରେ ମିଳିବ। ଅନ୍ୟପକ୍ଷରେ ୮ ଜିବି ରାମ୍‌ ଭାରିଏଣ୍ଟର ଦାମ୍‌ରେ କମ୍ପାନି କୌଣସି ପରିବର୍ତ୍ତନ କରିନାହିଁ। ଏହାକୁ ଗ୍ରାହକ ୧୯,୯୯୦ ଟଙ୍କାରେ କିଣି ପାରିବେ।

ଆମାଜନ ଇଣ୍ଡିଆରେ ଏହି ସ୍ମାର୍ଟଫୋନ୍‌କୁ ନୋ-କଷ୍ଟ୍‌ ଇଏମ୍‌ଆଇ, ଏକ୍ସଚେଞ୍ଜ୍‌ ଓ ବ୍ୟାଙ୍କ୍‌ ଅଫର ଜରିଆରେ ମଧ୍ୟ କିଣି ପାରିବେ।

ତେବେ ଆସନ୍ତୁ ଜାଣିବା ‘ଓପୋ ଏ୯ ୨୦୨୦’ ସ୍ମାର୍ଟଫୋନର ସ୍ପେସିଫିକେସନ

  • କଲର ଓଏସ୍‌ ୬.୦.୧(ଆଣ୍ଡ୍ରଏଡ୍‌ ୯ ପାଇ ଭର୍ସନ)
  • ଗରିଲା ଗ୍ଲାସ ପ୍ରୋଟେକ୍ସନ
  • ୬.୫ ଇଞ୍ଚ ଡିସପ୍ଲେ
  • ଅକ୍ଟାକୋର ସ୍ନାପଡ୍ରାଗନ ୬୬୫ ପ୍ରୋସେସର
  • ୫ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ
  • କ୍ୱାଡ ରିୟର କ୍ୟାମେରା ସେଟ୍‌ଅପ୍‌
  • ୪୮ ମେଗାପିକ୍ସେଲ ରିୟର କ୍ୟାମେରା
  • ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ରିୟର ଫିଙ୍ଗର ପ୍ରିଣ୍ଟ ସେନ୍ସର
  • ଡଲ୍‌ବି ଆଟମ୍‌ ସାଉଣ୍ଡ

Comment