ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜର୍ମାନି ଅଟୋମୋବାଇଲ କମ୍ପାନି ‘ଅଡି’ ସାରା ବିଶ୍ୱରେ ବିଳାସପୂର୍ଣ୍ଣ କାର ନିର୍ମାଣ କରିବାରେ ପ୍ରସିଦ୍ଧ ଲାଭ କରିଛି। ଭାରତରେ ମଧ୍ୟ ‘ଅଡି’ କାର୍ ଚାହିଦା ବେଶ୍ ଅଧିକ। ଯଦି ଆପଣ ଅଡି କାର୍‌ କିଣିବା ପାଇଁ ଭାବୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। କମ୍ପାନି ଭାରତରେ ଏହାର SUV Q5 ଏବଂ Q7 ମଡେଲ ଉପରେ ୬ ଲକ୍ଷ ଟଙ୍କାର ରିହାତି ଘୋଷଣା କରିଛି।

୨୦୦୯ ମସିହାରେ କମ୍ପାନି ଏହି ଦୁଇଟି ମଡେଲ SUV Q5 ଏବଂ Q7କୁ ଭାରତରେ ଲଞ୍ଚ କରିଥିଲା। ଲଞ୍ଚ୍‌ର ୧୦ ବର୍ଷ ପୂର୍ତ୍ତି ଅବସରରେ କମ୍ପାନି ପକ୍ଷରୁ ଏହି ରିହାତି ପ୍ରଦାନ କରାଯାଉଛି।

ଅଡି Q5(ପେଟ୍ରୋଲ, ଡିଜେଲ) ଗାଡ଼ିର ଦାମ୍‌ ୫୫ ଲକ୍ଷ ୮୦ ହଜାର ଟଙ୍କା ରହିଥିବା ବେଳେ ଏଥିରେ ୫ ଲକ୍ଷ ୮୦ ହଜାର ଟଙ୍କା ରିହାତି ମିଳୁଛି।

ଅଡି Q7(ପେଟ୍ରୋଲ) ଗାଡ଼ିର ଦାମ୍‌ ୭୩ ଲକ୍ଷ ୮୨ ହଜାର ଟଙ୍କା ଥିବା ବେଳେ କମ୍ପାନି ଏଥିରେ ୪ ଲକ୍ଷ ୮୩ ହଜାର ଟଙ୍କାର ରିହାତି ଦେଉଛି। ସେହିପରି ଅଡି Q7(ଡିଜେଲ) ଗାଡ଼ିର ଦାମ୍‌ ୭୮.୦୧ ଟଙ୍କା ଥିବା ବେଳେ ୬.୦୨ ଲକ୍ଷ ଟଙ୍କାର ରିହାତି ମିଳିଛି।

ତେବେ ଏହି ଅଫର ସୀମିତ ସମୟ ପାଇଁ। ଗାଡ଼ିର ଷ୍ଟକ୍‌ ବିକ୍ରି ସରିବା ପର୍ଯ୍ୟନ୍ତ ଏହି ଅଫର ଉପଲବ୍ଧ ହେବ।

Comment