ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବଜାରରେ ଶସ୍ତା ହେଲା ଓପୋ ଏଫ୍‌୧ ଏବଂ ଓପୋ ଏଫ୍‌୧ ପ୍ରୋ ସ୍ମାର୍ଟଫୋନ। କମ୍ପାନି ପକ୍ଷରୁ ଏହି ଦୁଇ ସ୍ମାର୍ଟଫୋନର ଦାମ୍‌ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମ୍‌ କରିଦିଆଯାଇଛି। ବଜାରରେ ବର୍ତ୍ତମାନ ନୂଆ ଦାମ୍‌ରେ ଏହି ଫୋନ୍‌ ଉପଲବ୍ଧ।

ଭାରତରେ ‘ଓପୋ ଏଫ୍‌୧’ ସ୍ମାର୍ଟଫୋନର ୪ଜିବି ରାମ୍‌ ଭାରିଏଣ୍ଟର ପ୍ରାଇସ୍‌ ପୂର୍ବରୁ ୧୭,୯୯୦ଟଙ୍କା ଥିଲା। ଟାହା ବର୍ତ୍ତମାନ ବଜାରରେ ୧୬,୯୯୦ଟଙ୍କାରେ ମିଳୁଛି। ସେହିପରି ୬ ଜିବି ରାମ୍‌ ବିଶିଷ୍ଟ ‘ଓପୋ ଏଫ୍‌୧’ ସ୍ମାର୍ଟଫୋନର ମୂଲ୍ୟ ୧୯,୯୯୦ଟଙ୍କା ଥିଲା। ଯାହାକୁ ବର୍ତ୍ତମାନ ଆପଣ ୧୭,୯୯୦ଟଙ୍କାରେ କିଣି ପାରିବେ।

ଅନ୍ୟପଟେ ‘ଓପୋ ଏଫ୍‌୧ ପ୍ରୋ’ ସ୍ମାର୍ଟଫୋନ୍‌ରେ କେବଳ ୬ଜିବି ରାମ୍‌ ଓ ୧୨୮ ଜିବି ରାମ୍‌ ବିଶିଷ୍ଟ ସ୍ମାର୍ଟଫୋନର ଦାମ୍‌ ଶସ୍ତା ହୋଇଛି। ପୂର୍ବରୁ ଏହି ସ୍ମାର୍ଟଫୋନ ଦାମ୍‌ ୨୩,୯୯୦ଟଙ୍କା ଥିଲା, ଯାହା ବର୍ତ୍ତମାନ ଶସ୍ତା ହୋଇ ୨୧,୯୯୦ ଟଙ୍କାରେ ପହଞ୍ଚିଛି। ବର୍ତ୍ତମାନ ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନରେ ୨୦୦୦ ଟଙ୍କାଣ ରିହାତି ମିଳିବ।

‘ଓପୋ ଏଫ୍‌୧’ ସ୍ପେସିଫିକେସନ

  • ୬.୫ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସପ୍ଲେ – ୱାଟର ଡ୍ରପ୍‌ ନଚ୍‌ ସହିତ
  • ୧୬ ମେଗାପିକ୍ସେଲ ସେଲ୍ଫି କ୍ୟାମେରା
  • ୬ ଜିବି ରାମ୍‌ ୧୨୮ ଜିବି ରୋମ୍‌
  • ୪୮+୫ ମେଗାପିକ୍ସେବୟଲ ରିୟର କ୍ୟାମେରା
  • ଅକ୍ଟାକୋର ମିଡିଆ ଟେକ୍‌ ହେଲିଓ ଫି ୭ ପ୍ରୋସେସର
  • ୪୦୨୦ ଏମ୍‌ଏଚ୍‌ ବ୍ୟାଟେରୀ

‘ଓପୋ ଏଫ୍‌୧ ପ୍ରୋ’ ସ୍ପେସିଫିକେସନ

  • ୬.୫୩ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଡିସପ୍ଲେ
  • ୧୬ ମେଗାପିକ୍ସେଲ ପପ୍‌ ଅପ୍‌ ସେଲ୍ଫି କ୍ୟାମେରା
  • ୬ ଜିବି ରାମ୍‌ ୧୨୮ ଜିବି ରୋମ୍‌
  • ୪୮+୫ ମେଗାପିକ୍ସେବୟଲ ରିୟର କ୍ୟାମେରା
  • ଅକ୍ଟାକୋର ମିଡିଆ ଟେକ୍‌ ହେଲିଓ ଫି ୭ ପ୍ରୋସେସର
  • ୪୦୦୦ ଏମ୍‌ଏଚ୍‌ ବ୍ୟାଟେରୀ

Comment